oom

ମୟୁରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ -୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

jsmm

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୁରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ -୨୦୨୫ ପାଳନ ନେଇ ପ୍ରଶାସନ ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାତ୍ମାଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସୟ ଉପସ୍ଥିତ ରହି ବିଭିନ୍ନ ବିଭାଗୀୟ ପଦାଧିକାରୀ, ସଭ୍ୟସଭ୍ୟା ଓ କଳାକାର ମାନଙ୍କୁ ସ୍ୱାଗତ ଜଣାଇ ମୟୁରଭଞ୍ଜର ପ୍ରସିଦ୍ଧ ଚୈତ୍ର ପର୍ବ ତଥା ଛଉ ନୃତ୍ୟ ଉତ୍ସବର ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖି ଏହାକୁ ମହାସମାରୋହରେ ପାଳନ କରିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ. । ଚଳିତ ବର୍ଷ ଆସନ୍ତା ଏପ୍ରିଲ ମାସ ୧୧ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ମୟୁରଭଞ୍ଜ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ସ୍ଥାନୀୟ ଛଉ ପଡିଆଠାରେ ପରିବେଷଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ମାତ୍ର ପ୍ରତିବର୍ଷ ଭଳି ୩ଦିନ ଯଥା ରୀତିରେ ଛଉ ନୃତ୍ୟ ଉତ୍ସବ ଅନୁଷ୍ଠିତ ହେବ ଓ ଏପ୍ରିଲ ୧୪ ତାରିଖରେ ବାହାର ରାଜ୍ୟମାନଙ୍କରୁ ବିଭିନ୍ନ ଛଉ ନୃତ୍ୟ ଦଳକୁ ଆମନ୍ତ୍ରଣ କରାଯାଇ । ସେମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ନିଷ୍ପତ୍ତି ନିଆହୋଇଛି । ଏହି ଅବସରରେ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଓରମାସ ପକ୍ଷରୁ ଛଉ ପଡିଆ ସସଂଲଗ୍ନ କଲେଜ ପଡିଆଠାରେ ସମାନ୍ତରାଳ ଭାବେ ପଲ୍ଲିଶ୍ରୀ ମେଳା ଏପ୍ରିଲ ୧୧ ତାରିଖରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଉକ୍ତ ପଲ୍ଲିଶ୍ରୀ ମେଳାରେ ପାଖାପାଖି ୧୫୦ଟି ବିଭିନ୍ନ ଷ୍ଟଲରେ ଘରୋଇ ଉଦ୍ୟୋଗୀ ମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରୟ ସହିତ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟରେ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ଲୋକମାନଙ୍କ ପାଇଁ ବିକ୍ରୟ କରାଯିବ । ପ୍ରତିଦିନ ସନ୍ଧ୍ୟା ରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଜିଲ୍ଲାର ଐତିହ୍ୟ ସମ୍ପନ୍ନ ଛଉ ନୃତ୍ୟ ସାଂସ୍କୃତିକ ଉତ୍ସବର ପ୍ରଥମ ଦିବସ ତା ୧୧-୦୪-୨୦୨୫ ରିଖ ରେ ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ଉପଖଣ୍ଡ ଅଂଚଳରୁ ଯୋଗ୍ୟ ବିବେଚିତ ଗ୍ରାମାଞ୍ଚଳ ଛଉ ନୃତ୍ୟ କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ସେହିପରି ଉତ୍ସବର ଦ୍ଵିତୀୟ ଦିବସ ତା ୧୨-୦୪-୨୦୨୫ ରିଖ ଏବଂ ତୃତୀୟ ଦିବସ ତା ୧୩-୦୪-୨୦୨୫ ରିଖରେ ବାରିପଦାର ପ୍ରସିଦ୍ଧ ପାରମ୍ପରିକ ଛଉ ନୃତ୍ୟ ପ୍ରତିଷ୍ଠାନ ଯଥା ଉତ୍ତର ସାହି ଓ ଦକ୍ଷିଣ ସାହି ଛଉ ପ୍ରତିଷ୍ଠାନ କଳାକାର ମାନଙ୍କ ଦ୍ୱାରା ଯଥାରୀତି ନୃତ୍ୟ ପରିବେଷଣ ପାଇଁ ନିଷ୍ପତି ନିଆଯାଇଛି । ଛଉ ନୃତ୍ୟର ମୌଳିକତାକୁ କ୍ଷୁର୍ଣ୍ଣ ନକରି ଯୁବପିଢ଼ି ତଥା ସମସ୍ତଙ୍କ ଚକ୍ଷୁ ଆକର୍ଷିତ କରିବା ପାଇଁ ଅନ୍ୟାନ୍ୟ ଶାସ୍ତ୍ରୀୟ ନୃତ୍ୟକୁ ଏଥିରେ ମିଶ୍ରଣ କରି ଏହାକୁ ଏକ ଅଭିନଵ ରୂପରେ ପରିବେଷଣ କରାଇବା ପାଇଁ ପରାମର୍ଶ ଦିଆହୋଇଛି । ଯାଦ୍ୱାରା ପରିବର୍ତନ ସମୟ ଅନୁସାରେ ଦର୍ଶକମାନଙ୍କ ମନରଞ୍ଜନରେ ଏହା ସହାୟକ ହେବ । ଏହି ଅବସରରେ ଛଉ ନୃତ୍ୟ ଉତ୍ସବକୁ ଜାତୀୟ ସ୍ତରରେ କିପରି ଅଧିକ ଲୋକାଭିମୁଖୀ କରି ହେବ ଏବଂ ଏହା କିପରି ଜାତୀୟ ଉତ୍ସବର ମାନ୍ୟତା ପାଇବ ସେ ଦିଗରେ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବ ବୋଲି ଜିଲ୍ଲକ୍ଷପାଳ ପ୍ରକଶ କରିଥିଲେ । ଏଥି ସହ ଉତ୍ସବକୁ ଚିହ୍ନିତ କରିବା ଉଦେଶ୍ୟରେ ଏକ ସ୍ମରଣିକା ପ୍ରକାଶନ ପାଇଁ ମଧ୍ୟ୍ୟ ନିଷ୍ପତି ନିଆଯାଇଛି । ଉତ୍ସବ କୁ ଅଧିକ ଆକର୍ଷଣୀୟ କରିବା ପାଇଁ କର୍ଣ୍ଣିଭାଲର ଆୟୋଜନ କରାଯିବାଚୁ ନେଇ ପ୍ରସ୍ତାବ ରଖାଯାଇଛି । ସର୍ବୋପରି ଅନୁଷ୍ଠିତ ହେବାକୁଥିବା ଏହି ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଛଉ ପଡିଆଠାରେ ବେରିକେଡ଼ ନିର୍ମାଣ, ଛଉ ନୃତ୍ୟ ମଞ୍ଚ ସାଜସଜା, ବିଦ୍ୟୁତ ଯୋଗାଣ, ଅଗ୍ନିଶମ ସେବା, ପାନୀୟ ଜଳ ଯୋଗାଣ, ପ୍ରାଥମିକ ସ୍ୱାସ୍ଥ୍ୟ ସେବା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପୋଲିସ ଫୋର୍ସ ମୃତୟନ ଆଦି ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଭକ୍ତ ମାନଙ୍କୁ ଯଥା ରୀତି ନୀତି କୁ ସମସ୍ତ ବିଷୟରେ ସୂଚାଇ ଦେବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ଛଉ ନୃତ୍ୟ କଳା କ୍ଷେତ୍ରରେ କୃତୀତ୍ୱ ହାସଲ କରିଥିବା କଳାକାର ମାନଙ୍କୁ ପୁରସ୍କାର ରାଶି ସହ ମାନପତ୍ର ଦେଇ ସମ୍ମାନିତ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଅନୁଷ୍ଠିତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ବରୁଣ ଗୁଣ୍ଟୁପଲି, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୌତମ କିଶାନ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା , ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ, ଓରମାସର କର୍ମକର୍ତ୍ତା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଉତ୍ତର ସାହି ଓ ଦକ୍ଷିଣ ସାହି ଛଉ ନୃତ୍ୟ ପ୍ରତିଷ୍ଠାନ ର ସଭାପତି ସମ୍ପାଦକ, ସଭ୍ୟସଭ୍ୟା ମାନେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି ନିଜନିଜର ମତ ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.