ଚେତିଲା ପ୍ରଶାସନ : ଧାନକିଣା ଦୁର୍ନୀତିର ତଦନ୍ତ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚେତିଛି ପ୍ରଶାସନ । ଧାନକିଣା ଦୁର୍ନୀତି ଆରମ୍ଭ ହୋଇଛି ତଦନ୍ତ । ପେକ୍ସ ସମ୍ପାଦକ ଓ ମିଲର୍ସଙ୍କ କଳା କାରନାମା ଉପରେ ଛାନଭିନ୍‌ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ପୁଇଁନ୍ତଲା ତହସିଲଦାର ତଥା ଏଆର୍‌ସିଏସ୍‌ ପ୍ରମୁଖ ପହଂଚିଛନ୍ତି ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବଇରାସର, ପୁଇଁନ୍ତଲା, ବୁବେଲ ଆଦି ପେକ୍ସକୁ ଓ ଦୀର୍ଘ ସମୟ ଧରି ଖୋଳତାଡ଼ କରିଛନ୍ତି । ଚାଷୀ ମାନଙ୍କ ସହ ଆଲୋଚନା କରି କଟ୍‌ନି ଛଟ୍‌ନି ସମ୍ପର୍କରେ ଅବଗତ ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାର ଦେଓଗାଁ ଆଗଲପୁର ବ୍ଲକ ଅଞ୍ଚଳର ପେକ୍ସ ଗୁଡ଼ିକ ପରିଦର୍ଶନ କରିଛନ୍ତି ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ । ତେବେ ଧାନକିଣା ଦୁର୍ନୀତିରେ ଲିପ୍ତ ପେକ୍ସ ସମ୍ପାଦକ ଓ ମିଲର୍ସ ମାନେ ଏବେ ଛାନିଆ ହୋଇ ପଡ଼ିଥିବା ବେଳେ ଜିଲ୍ଲା ପ୍ରଶାସନର କାର୍ୟ୍ୟାନୁଷ୍ଠାନକୁ ଅପେକ୍ଷା କରିଛନ୍ତି ଚାଷୀମାନେ ।

Leave A Reply

Your email address will not be published.