oom

ମଦନପୁର ଆଦର୍ଶ ମହିଳା ମହାସଂଘରେ ନୂତନ କର୍ମକର୍ତ୍ତା ଚୟନ

jsmm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ମିଶନ ଶକ୍ତି ବିପିସି ସତ୍ୟବାନ ସାହୁ, ଓଡିଶା ଜୀବିକା ମିଶନ ବିପିଏମ ଦୀପ୍ତି କିଶୋର ନାୟକଙ୍କ ତତ୍ୱାବଧାନରେ ଏବଂ ସିଓଇର କାର୍ଯ୍ୟକ୍ରମ ପରିଚାଳକ ଅସିତ ବରଣ ବେହେରାଙ୍କ ଉପସ୍ଥିତିରେ ଆଦର୍ଶ ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାନେତ୍ରୀ ସନ୍ତୋଷିନୀ ଭୋଇ ସଭାପତିତ୍ୱ କରିଥିବା ବେଳେ, ସମ୍ପାଦିକା ମୀରାବାଇ ସିଂ, ମଦନପୁରର ୯ ଗୋଟି ଆଞ୍ଚଳିକ ମଞ୍ଚର କର୍ମକର୍ତ୍ତା, ୮୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସମସ୍ତ କ୍ୟାଡରଙ୍କ ଉପସ୍ଥିତିରେ ନୂତନ ସଭାନେତ୍ରୀ ଭାବେ ସିମନ୍ତିନି କପାଟ, ଉପସଭାନେତ୍ରୀ ଭାବେ ଯଶୋଦା ରଣା, ସମ୍ପାଦିକା କଳ୍ପନା ଦଣ୍ଡସେନା, ସହସମ୍ପାଦିକା ଚମ୍ପା ରଣାଙ୍କୁ ମନୋନୟନ କରାଯାଇଥିଲା । ସିଓଇ ମଦନପୁରର ଏମବିକେ ମୋହନପ୍ରିୟା ଭୋଇ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.