lika

ବିିଦ୍ୟାଷ୍ଟଡ଼ି ପଏଂଟରେ ପ୍ରଭୁ ଗଣେଶଙ୍କ ଆଶିଷ ଭିକ୍ଷା କଲେ ଛାତ୍ରଛାତ୍ରୀ

gbag

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ଲମ୍ବୋଦରଙ୍କ ପୂଜାର୍ଚ୍ଚନାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଚଳିତ ବର୍ଷର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଗଣେଶ ପୂଜାରେ ନିଜକୁ ସାମିଲ କରି ପୁଷ୍ପାଜଂଳୀ ଦେଇ ପ୍ରଭୁ ଗଣେଶଙ୍କ ଆଶିଷ ଭିକ୍ଷା କରିଥିଲେ ।ପୂବାହ୍ନ ପ୍ରାୟ ୧୦ଟାରେ ପୂଜାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଛାତ୍ରଛାତ୍ରୀଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ପୂଜକ ଭାବେ ରାଧାରମଣ ରଥ ଓ କର୍ତା ଭାବେ ଚନ୍ଦ୍ର ଶେଖର ମୁନୀ ଉପସ୍ଥିତ ଥିଲେ । ଗଣେଶ ପୂଜାରେ ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ କୁମାର ବେହେରା, ଅଧ୍ୟାପକ ସୁନୀଲ ସାମଲ, ପ୍ରଭଜଂନ ମିଶ ବସନ୍ତ କୁମାର ଦାସ ସମେତ ଅଂଚଳର ସମାଜସେବୀ, ସାମାଜିକ କର୍ମୀ, ବୁଦ୍ଧିଜିବୀ, ସ୍ୱେଚ୍ଛାସେବୀ ମାନେ ଗଣେଶ ପୂଜାରେ ନିଜକୁ ସାମିଲ କରିଥିଲେ ।

babaa
Leave A Reply

Your email address will not be published.