ଯୁବ ସାମ୍ବାଦିକ ପ୍ରକାଶ ମହାରଣା ଚାଲିଗଲେ : ଟିଟିଲାଗଡ଼ରେ ଶୋକାକୁଳ ପରିବେଶ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଯୁବ ସାମ୍ବାଦିକ ପ୍ରକାଶ ମହାରଣା(୪୫) ଚାଲିଗଲେ । ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଦେହାନ୍ତ ହୋଇଛି । ଶ୍ରୀ ପ୍ରକାଶ ମହାରଣା ଯୁବକ ଅବସ୍ଥାରେ ସାମ୍ବାଦିକତା କ୍ଷେତ୍ରରେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ଦୀର୍ଘ ବର୍ଷ ଧରି ସମ୍ବାଦ ଖବରକାଗଜ ଓ କନକ ଟିଭିରେ ସାମ୍ବାଦିକତା କରି ଆସୁଥିଲେ । ସେ ଯକୃତ ରୋଗରେ ପୀଡ଼ିତ ଥିଲେ । ଉଚ୍ଚ ଚିକିତ୍‌ତ୍ସା ପାଇଁ ଡାକ୍ତର ତାଙ୍କୁ କଟକ ଯିବା ପାଇଁ ପରାମର୍ଶ ଦେଇଥିଲେ । ଆଜି କଟକ ଯିବାକୁ ଟ୍ରେନରେ ଟିକେଟ୍‌ ବୁକ୍‌ କରିଥିଲେ । ହେଲେ ବିଧିର ବିଧାନ ଆଗରେ ସବୁ ଓଲଟ ପାଲଟ ହୋଇ ଯାଇଛି । ଅପରାହ୍ନ ପ୍ରାୟ ୪ଟା ସମୟରେ ହଠାତ ଭୀଷଣ ଭାବେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ଏ ନେଇ ଟିଟିଲାଗଡ଼ ଅଂଚଳରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.