oom

ଡକାୟତି ଯୋଜନା ପଣ୍ଡ : ୪ ଲୁଟେରାଙ୍କୁ ଗିରଫ କରି କରାଗଲା କୋର୍ଟ ଚାଲାଣ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସହର ତଥା ଆଖପାଖ ଅଞ୍ଚଳରେ ଟିଟିଲାଗଡ଼ ପୋଲିସ ପକ୍ଷରୁ ଜୋରଦାର ପେଟ୍ରୋଲିଂ କରାଯାଉଛି । ଗତ ୨୫ ତାରିଖ ରାତିରେ ଏସ୍‌ଆଇ କିରଣ କୁମାର ଜାନି ପୋଲିସ ଷ୍ଟାଫ ସହିତ ପେଟ୍ରୋଲିଂ କରୁଥିବା ସମୟରେ ଭାଟିପଡ଼ା ହାଇସ୍କୁଲ ଖେଳପଡିଆ ଠାରେ କିଛି ବ୍ୟକ୍ତି ଜମା ହୋଇଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଥାନାଧିକାରୀ ଅବନୀ ସାହୁଙ୍କୁ ଜଣାଇବା ପରେ ସେଠାରେ ପହଞ୍ଚି ସେମାନଙ୍କୁ ଯାଞ୍ଚ କରିବାରୁ ତାଙ୍କ ନିକଟରୁ କିଛି ମାରଣାସ୍ତ୍ର ଦେଖି ଟିଟିଲାଗଡ ଥାନାକୁ ଆଣି ପଚରାଉଚୁରା କରିବାରୁ ସେମାନେ ସବୁ କଥା ଓଗାଳି ଥିଲେ । ଟିଟିଲାଗଡ ସହର ଭିତରେ ଡକାୟତି କରିବା ପାଇଁ ସମସ୍ତେ ସେଠାରେ ଯାଇ ଏକଜୁଟ୍‌ ହୋଇ ରାତିଅଧରେ ଚୋରି କରିଥାଆନ୍ତେ ବୋଲି ସ୍ଵୀକାର କରିଥିଲେ । ତେବେ ୪ ଜଣ ହେଲେ ବାଲପଦରର ନାଥ ସେଲମା, ସୁଦାମ ନାଗ, ଟିଟିଲାଗଡ ସିରଭଟା ପଡ଼ାର ବେଦବ୍ୟାସ ତାଣ୍ଡି, ପିଡବ୍ଲୁଡି କଲୋନୀର ଶ୍ରୀକାନ୍ତ ମିଶ୍ର (ପିଣ୍ଟୁ) । ଏମାନଙ୍କ ଠାରୁ ଏକ ବିନା ନମ୍ୱର ପ୍ଲେଟ୍‌ ସୂଜୁକି ବାଇକ, ବିଭିନ୍ନ ବ୍ରାଣ୍ଡର ୧୧ଟି ମୋବାଇଲ ଫୋନ୍, ତିନୋଟି ଲୁହା ରଡ, ଗୋଟିଏ ଲାଇଟର, ଦୁଇ ପ୍ୟାକେଟ ବିଡି, ଗୋଟିଏ ପେଚ୍‌କସ୍‌, ଲୁହା ହାତୁଡ଼ି ଓ ଭୁଜାଲି ଜବତ ହୋଇଛି । ତେବେ ଏହି ୪ ଜଣ ପୁର୍ବରୁ ବିଭିନ୍ନ ମାମଲାରେ ଜଡିତ ଥିବା ଜଣାପଡିଛି । ଏସ୍‌ଆଇ କିରଣ କୁମାର ଜାନି ଏବଂ ପୋଲିସ ପକ୍ଷରୁ ଏହି ଚଢ଼ାଉ ଯୋଗୁଁ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଅବନୀ ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.