ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବହିହାଟର ପଞ୍ଚମ ସଂଧ୍ୟାରେ ମାନବ ଜୀବନରେ ଧର୍ମ ଓ ଦର୍ଶନର ମୂଲ୍ୟବୋଧ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଡକ୍ଟର ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ଶିକ୍ଷାବିତ ତଥା ଆଲୋଚକ ଶେଖ ଅବଦୁଲ କାଶମ, କ୍ଷିରୋଦ ଷଡ଼ଙ୍ଗୀ, ରାଜମଣି ସାହୁ ଏବଂ ସଂଜୟ ଅଗସ୍ତି ପ୍ରମୁଖ ଧର୍ମ ଓ ଦର୍ଶନର ସଂଜ୍ଞା, ତାତ୍ତ୍ୱିକତା ତଥା ଗୁଣ ସଂପର୍କରେ ଆଲୋଚନା କରିଥିଲେ । ବେଦ, ବେଦାନ୍ତ, ଉପନିଷଦ, ପୁରାଣ ଓ ବ୍ୟାକରଣର ଉଦ୍ଧୃତି ଦେଇ ଧର୍ମର ଦଶଟି ଗୁଣସୂତ୍ର ସହ ମାନବ ଜୀବନରେ ସେଗୁଡିକର ପ୍ରଭାବ କିପରି ଦାନବ ଓ ଦେବତା ତଥା ସୁମାନବ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ତାହା ପ୍ରାଞ୍ଜଳ ଭାବରେ ଆଲୋଚକ ଗଣ ଉପସ୍ଥାପିତ କରିଥିଲେ । ଚିନ୍ତାମଣି ମହାପାତ୍ର ବିଭିନ୍ନ ତାତ୍ତ୍ୱିକ ଅବଧାରଣା ସହ ମଞ୍ଚ ପରିଚାଳନା କରିଥିବା ବେଳେ ସଭ୍ୟ ପୁଲସ୍ତି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅଦ୍ୟ ସଭାମଞ୍ଚକୁ ପୁଣ୍ୟାତ୍ମା ଭକ୍ତକବି ଗୋକୁଳାନନ୍ଦ ଅଗସ୍ତି ଶର୍ମାଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥିବା ପରିପ୍ରେକ୍ଷୀରେ ପୌତ୍ର ସଂଜୟ ଅଗସ୍ତି ତାଙ୍କର ସ୍ମୃତି ଚାରଣ କରିଥିଲେ ।
Next Post