ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଝାଡଖଣ୍ଡ ନିର୍ବାଚନ ପରିପ୍ରେକ୍ଷୀରେ ଚଢାଉ

  • ବ୍ୟାପକ ପରିମାଣରେ ମହୁଲ ପୋଚ ଏବଂ ମହୁଲି ମଦ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଝାଡଖଣ୍ଡ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶା ଓ ଝାଡଖଣ୍ଡ ସୀମାନ୍ତ ଅଞ୍ଚଳରେ ସ୍ଥାନୀୟ ପୋଲିସ ରାଉରକେଲା ଅବକାରୀ ବିଭାଗ, ଝାଡଖଣ୍ଡ ଅବକାରୀ ବିଭାଗ ଏବଂ ଏଆଇବି ସମ୍ବଲପୁରର ମିଳିତ ସହଯୋଗରେ ଏକ ଟିମ୍ ଗଢାଯିବା ସହିତ ଓଡିଶା ସୀମାନ୍ତରେ ଚଢାଉ କରାଯାଇଥିଲା । ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଏହି ଚଢାଉରେ ମକରଣ୍ଡା, ନୂଆଡିହି, ସ୍କୁଲତୋଳା, କୁସୁମଡିହି, ସାଗଜୋର, ଭୁର୍ତବାହାଲରେ ଚଢ଼ାଉ କରି ମୋଟ୍‌ ୮ ଗୋଟି ମାମଲା ରୁଜୁ କରାଯିବା ସହ ମୋଟ୍‌ ୨୭ ହଜାର ମହୁଲ ପୋଚ, ୪୫୫ ଲିଟର ବେଆଇନ ମହୁଲି ମଦ ଏବଂ ୧୨ ଲିଟର ରନ୍ଧା ମଦ ଜବତ କରାଯାଇଛି । ଏଥିସହିତ ୬ଟି ଅନ୍‌କ୍ଲେମଡ୍ କେସ କରାଯାଇଛି । ଜଣେ ଆସାମୀକୁ କୋର୍ଟ ଚାଲାଣ କରାଯିବା ସହିତ ଜଣେ ଆସାମୀକୁ ୩୫(୩) ବିଏନ୍ଏସ୍ଏସ୍ ନୋଟିସ୍ ଦିଆଯାଇଛି । ଏହି ଚଢାଉରେ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ବିକାଶ ଭୋଇ, ଇନ୍ସପେକ୍ଟର ମୋହନ ପଧାନ, ଇନ୍ସପେକ୍ଟର ଦିଲ୍ଲୀପ କୁମାର ନାୟକ, ଓଆଇସି ମନୁ ଆୟେଲ, ଓଏଆଇସି ରାଉରକେଲା-୨ ୟନିଟ୍-୧, ସବ୍-ଇନିସପେକ୍ଟର ଆକାଶ ସାହୁ ଏବଂ ଅଜୟ ପ୍ରଧାନ, ଅବକାରୀ ଜିଲ୍ଲା ମୋବାଇଲ ୟୁନିଟ୍‌ ଓ ତାଙ୍କ ଟିମ୍‌ ସାମିଲ ଥିଲେ । ଏହି ରେଡ୍ ଝାଡଖଣ୍ଡ ଅବକାରୀ ଟିମ୍ ଓ ରାଉରକେଲା ଅବକାରୀ ଟିମ୍‌ର ମିଳିତ ସହଯୋଗରେ ଝାଡଖଣ୍ଡର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଛି ଏବଂ ଏହା ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅବକାରୀ ସୁପରିଟେଣ୍ଡେଣ୍ଟ ଶେଖ୍ ଆସଫ ଅଲ୍ଲୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.