jayashree

ସେଞ୍ଚୁରିଅନ ବିଦ୍ୟାଳୟ (ଜେ. ଆଇ. ଟି.ଏମ) ପରିସରରେ ୨ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ହିଁ ସମ୍ପଦ । ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥ ମାନସିକ ଅବସ୍ଥା ପାଇଁ କ୍ରୀଡାର ପ୍ରମୁଖ ଭୂମିକା ରହିଛି । କ୍ରୀଡା ହିଁ ମଣିଷକୁ କ୍ରିୟାଶୀଳ ଓ ପ୍ରତିଯୋଗକ୍ଷମ କରାଇଥାଏ । କ୍ରୀଡାର ଏହି ମହତ୍ତ୍ୱ ଓ ଗୁରୁତ୍ତ୍ୱକୁ ଛାତ୍ରଛାତ୍ରୀଙ୍କ ଜୀବନରେ ପ୍ରୟୋଗ କରିବା ପାଇଁ ଆଜି ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତ୍ତୃପକ୍ଷ ବାର୍ଷିକ କ୍ରୀଡାର ଆୟୋଜନ କରିଥିଲେ । କ୍ରୀଡା ମହୋତ୍ସବର ଉଦ୍‌ଘାଟନ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡଃ. ପ୍ରଦୀପ ଷଡ଼ଙ୍ଗୀ ପୂର୍ବାହ୍ନ ସକାଳ ୯ଟା ରେ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ଶ୍ରୀ ଷଡ଼ଙ୍ଗୀ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଜୀବନରେ ଖେଳର ପ୍ରମୁଖ ଭୂମିକା ରହିଛି । ଖେଳ ଶୃଙ୍ଖଳା ଓ ଅନୁଶାସନ ଶିଖାଇ ଥାଏ । ଉତ୍ସବରେ ଜେ.ଆଇ.ଟି.ଏମ (ସି.ଏଚ.ଏସ.ଇ) ବିଜ୍ଞାନର ଅଧ୍ୟକ୍ଷ ଡଃ. ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଡଃ. ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିଥିଲେ । ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧକ୍ଷା ଡଃ. ପୁଣ୍ୟତୋୟା ବିଶ୍ୱାଳ, ପ୍ରଭୃତି ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସବୁ ବିଭାଗରେ ଉତ୍ତମ୍ ଖେଳ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ । ଉତ୍ସବରେ ବିଦ୍ୟାଳୟର ବିଭିନ୍ନ ବିଭାଗରେ ପ୍ରତିଯୋଗୀମାନେ ଭାଗ ନେଇ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମଟି ଆଞ୍ଚଳିକ ନିର୍ଦେଶକ ଡଃ. ପ୍ରଦୀପ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ପରିଚାଳିତ ହୋଇଥିଲା । ସେଞ୍ଚୁରିଅନ ବିଦ୍ୟାଳୟ ଅଧ୍ୟାପକ ଅରିନ୍ଦମ ପରିଛା ଓ ଭକ୍ତି ପଢାରିଆ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଉତ୍ସବରେ ବିଦ୍ୟାଳୟର ଅଧ୍ୟାପକ ଦେବେନ୍ଦ୍ର ତାଣ୍ଡି, ରୋହିତ ନାଏକ, ସ୍ଵର୍ଣପ୍ରଭା ମେହେର ଉପସ୍ଥିତ ରହି କ୍ରୀଡା ଗୁଡିକର ଧାରା ବିବରଣୀ ପ୍ରଦାନ କରିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ କ୍ରିଷ୍ଣାମୟୀ ଭଇଁସାଲ, ସ୍ନିଗ୍ଧାରାଣୀ ହୋତା ଓ କରାଟେ ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ ଉପସ୍ଥିତ ରହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ସଫଳ ଭାବରେ ପରିଚାଳନା କରିôଥଲେ । ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥିଲେ । ପ୍ରତିଯୋଗୀମାନେ ଉତ୍ତମ ଖେଳ ପ୍ରଦର୍ଶନ କରି ସମସ୍ତଙ୍କୁ ଚମକୃତ କରି ଦେଇଥିଲେ । ଅନୁଷ୍ଠାନର ସମସ୍ତ ଶ୍ରେଣୀ ଯେପରି ହେଲୋ କିଡ଼ସର ନର୍ସରୀ ବିଭାଗ ଠାରୁ ଆରମ୍ଭ କରି ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧିକାଂଶ ଛାତ୍ରଛାତ୍ରୀମାନେ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଗୋଟିଏ ପଡିଆରେ ଉପସ୍ଥିତ ରହି ଖେଳ ପ୍ରଦର୍ଶନ କରିଥିଲେ । ବାସ୍ତବରେ ଅନୁଷ୍ଠାନର ଏହି ପ୍ରୟାସ ସ୍ୱାଗତଯୋଗ୍ୟ ଅଟେ ।

Leave A Reply

Your email address will not be published.