
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଲ ବ୍ଲକ ସମନ୍ନୀତ ଶିଶୁ ବିକାଶ କାର୍ଯ୍ୟାଳୟକୁ ଓଡିଶା ଅଂଗନବାଡି ମହିଳା ଓ୍ବାର୍କର ସଂଘ ପକ୍ଷରୁ ୨୨ ଦଫା ଦାବୀ ନେଇ ଘେରାଉ କରାଯାଇଥିଲା ।ସେଠାରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସିଡିପିଓ ନଥିବାରୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଟିଏଚ୍ଆର୍ ମହିଳା ଗୋଷ୍ଠୀଙ୍କୁ ଏସ୍ଏନ୍ପି ଚାଉଳ ବଣ୍ଟନ ବେଳେ ଓଜନ ମାପ ଯନ୍ତ୍ରରେ ମାପି ଚାଉଲ ପ୍ରଦାନ, ଅଂଗନବାଡିଙ୍କୁ ପ୍ରାଥମିକ ସ୍କୁଲ ମାନ୍ୟତା ପ୍ରଦାନ, ଅଂଗନବାଡି କର୍ମୀଙ୍କୁ ମାସିକ ୨୧ ହଜାର ଟଂକା ଓ ସହାୟକଙ୍କୁ ୧୫ ହଜାର ଟଙ୍କା ଦରମା ପ୍ରଦାନ ସ୍କିମ ବାତିଲ କରି ସରକାରୀ ଚାକିରି ମାନ୍ୟତା ପ୍ରଦାନ ପେନ୍ସନ୍ ସୁବିଧା ଲାଗୁ କରିବା, ଖଡିଆଲ ସିଡିପିଓ ଏବଂ ସୁପର୍ଭାଇଜରଙ୍କ ର୍ଦୁବ୍ୟବହାର ବନ୍ଦ ହେଉ । ବିନା କାରଣରେ କର୍ମୀଙ୍କ ଦରମା ବନ୍ଦ କରାନଯାଉ ୧୦ଟି ସେକ୍ଟରରେ ସମାନ କାମ କରାଯାଉ ବୋଲି ଦାବୀ କରିଥିଲେ ।