jayashree

ରାଜ୍ୟପାଳଙ୍କୁ ୨୦୧୯-୨୦ ସମାପ୍ତ ବର୍ଷ ପାଇଁ ସିଏଜି ରିପୋର୍ଟ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ବଜେଟ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ୨୦୧୯-୨୦ ସମାପ୍ତ ବର୍ଷ ପାଇଁ “ସମ୍ପାଦନ ଏବଂ ଅନୁପାଳନ ରିପୋର୍ଟ ୩” ଲେଖା ପରୀକ୍ଷା ପ୍ରତିବେଦନ (ସିଏଜି ରିପୋର୍ଟ) ଓଡ଼ିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଆଜି ରାଜଭବନ ଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟପାଳଙ୍କ ସହ ଅନୌପଚାରିକ ଆଲୋଚନା ଅବସରରେ ପ୍ରଧାନ ମହାଲେଖାକାର ଶ୍ରୀ ବେହେରା ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଅଡିଟ ରିପୋର୍ଟ ପ୍ରସ୍ତୁତିରେ ପ୍ରାସଙ୍ଗିକ ଓ ନିର୍ଭର ଯୋଗ୍ୟ ସୂଚନା ସହ ଏକ ସ୍ୱଚ୍ଛ ଓ ଗୁଣାତ୍ମକ ରିପୋର୍ଟ ପ୍ରସ୍ତୁତି ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ । ରିପୋର୍ଟ ପ୍ରଦାନ ସମୟରେ ଉପ ମହାଲେଖାକାର ପ୍ରିନସନ ଭର୍ଗିଜ ଉପସ୍ଥିତ ଥିଲେ ।

Leave A Reply

Your email address will not be published.