ବଲାଙ୍ଗିର ଜେଏସ୍‌ଏମ୍‌ କଲେଜରେ ଆସନ୍ତା କାଲିଠାରୁ ସି.ଏ. ପରୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ(ସିଏ) ପରୀକ୍ଷା ଏବେ ବଲାଙ୍ଗିର ଜିଲ୍ଲାରେ ହେବାକୁ ଯାଉଛି । ଜିଲ୍ଲାରେ ଏହା ପ୍ରଥମ ଥର ବୋଲି ଜଣାପଡିଛି । ଏହି ପରୀକ୍ଷା ୨୧ ନଭେମ୍ବର ଠୁ ୧୪ ଡିସେମ୍ବର ଯାଏଁ ଅପରାହ୍ନ ୨ଟାରୁ ୫ଟା ପର୍ୟ୍ୟନ୍ତ ଚାଲିବ ବୋଲି ଜେଏସ୍‌ଏମ୍‌ କଲେଜର ଚେୟାରମ୍ୟାନ ସି.ଏ. ଶ୍ରୀକାନ୍ତ ଶର୍ମା ସୂଚନା ଦେଇଛନ୍ତି । କୋଭିଡ଼ ନିୟମକୁ କଡାକଡି ଭାବେ ପାଲନ କରାଯିବ ଓ ଏ ଦିଗରେ ସମସ୍ତ ବ୍ୟବସ୍ଥା କରାଯାଇଥିବା ମଧ୍ୟ ସେ କହିଛ‌ନ୍ତି । ଇନଷ୍ଟିଚ୍ୟୁଟ ଅଫ ଚାର୍ଟେର୍ଡ ଏକାଉଣ୍ଟ୍ ଅଫ ଇଣ୍ଡିଆକୁ ବଲାଙ୍ଗିର ଭଳି ଗୋଟିଏ ରିମୋଟ୍ ଏରିଆର ଜେଏସ୍‌ଏମ୍‌ କଲେଜ ଅଫ୍ କମର୍ସକୁ ସି.ଏ. ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.