ଭୋଟ ଗଣତି ପାଇଁ ଗଞ୍ଜାମ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା

  • ଭଞ୍ଜନଗର ସମେତ ଅନ୍ୟ କେତୋଟି ଅଞ୍ଚଳରେ ୧୪୪ ଧାରା ଜାରି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମଙ୍ଗଳବାର ଭୋଟ ଗଣତି ଥିବା ବେଳେ ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ପାଇଁ ଥ୍ରୀ ଟାୟାର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମ ସ୍ତରରେ ଗଞ୍ଜାମ ପୋଲିସ ଜିଲ୍ଲାରେ କେନ୍ଦ୍ରୀୟ ପୋଲିସ ସହ ଓଡ଼ିଶା ପୋଲିସ ଫୋର୍ସ ସଜାଗ ଅଛି । ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଥିବ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା । ଏଥି ସହ ସିଏପିଏଫ୍‌ ୩ କମ୍ପାନୀ ଏବଂ ୨ ପ୍ଲାଟୁନ ନିୟୋଜିତ ଅଛନ୍ତି । ୯ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ ଅତିରିକ୍ତ ଏସ୍‌ପି ୫ ଡିଏସ୍‌ପି, ୫ ଇନିସପେକ୍ଟର, ୫୯ ସବ୍‌ଇନ୍ସପେକ୍ଟର ଓ ଏଏସ୍‌ଆଇ, ୪୦୦ ଜଣ କନେଷ୍ଟବଳ ମୁତୟନ ଅଛନ୍ତି । ଭଞ୍ଜନଗର ସମେତ ଅନ୍ୟ କେତୋଟି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇ ଥିବା ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.