ବହୁ ଚର୍ଚ୍ଚିତ ଜରାସିଂହା ବୁଢ଼ୀଆଈ ଯାତ୍ରା : ଗୁରସ ରୁକା ପର୍ବ ଶେଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକର ବହୁ ପ୍ରସିଦ୍ଧ ବୁଢ଼ୀଆଇ ଯାତ୍ରା ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଆଶାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଗୁରସ ରୁକା ପର୍ବ ଗତକାଲି କରୋନା କଟକଣା ଅନୁପାଳନ ଅନୁ‌ଷ୍ଠିତ ହୋଇଯାଇଛି । ଆଜି ସେରନି ବଟା ପର୍ବ ପାଳିତ ହେବାକୁ ଥିବା ବେଳେ ଶନିବାର ଦିନ ବୁଢ଼ୀଆଈ ଯାତ୍ରା ଅନୁ‌ଷ୍ଠିତ ହେବ । ଏଥିପାଇଁ ବୁଢ଼ୀଆଈ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଯାଇଛି । କରୋନା କଟକଣା ଯୋଗୁଁ ଗତ ବର୍ଷ ସମ୍ପୂର୍ଣ୍ଣ ଭାବେ ଫିକା ପଡ଼ିଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ସରକାରୀ ଗାାଇଡ ଲାଇନ୍ ଅନୁସାରେ ପୂଜା କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.