ବନ ମହୋତ୍ସବ ସପ୍ତାହରେ ସାମୁହିକ ବୃକ୍ଷ ରୋପଣ

ଲୋଇସିଂହା, (କେପିଏନ୍‌ଏସ୍‌) : ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କଟୁରାପାଲିଠାରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଗତକାଲି ସାମୁହିକ ଚାରା ରୋପଣ କାର୍ଯ୍ୟ ତଥା ବୃକ୍ଷ ରୋପଣ ଓ ତାର ଯତ୍ନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୁକେଶ କୁମାର ତ୍ରିପାଠୀଙ୍କ ସଭାପତିସ୍ୱରେ ଆୟୋଜିତ ସଭାରେ ଲୋଇସିଂହା ବନାଞ୍ଚଳ ଅଧିକାରୀ ପାଉଳ ହରପାଳ ମୁଖ୍ୟ ଅତିଥି ରାଜ କିଶୋର ମିଶ୍ର ବନପାଳ ସରଗାଡ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ବୃକ୍ଷ ରୋପଣ ଓ ଯତ୍ନ ନେଇ ଆଗାମୀ ପିଢ଼ି ପାଇଁ ସନ୍ତୁଳିତ ପରିବେଶ ସୃଷ୍ଟି କରିବା ପାଇଁ ସର୍ବଦା ଚେଷ୍ଟା ରଖିବାକୁ ଉତ୍ସାହିତ କରିଥିଲେ । ପରିବେଶ ସଂପର୍କୀତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ପ୍ରଧାନ ଶିକ୍ଷକ ଅବନୀ କୁମାର ତ୍ରିପାଠୀ ସମସ୍ତ କାର୍ଯ୍ୟକୁ ସଂଯୋଜନା କରିଥିଲେ । ଇକୋ କ୍ଲବ୍ ଦାୟିତ୍ୱ ଶିକ୍ଷକ ହରେକୃଷ୍ଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ । ଶେଷରେ ସମସ୍ତ ଅତିଥି ଓ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ ।

Leave A Reply

Your email address will not be published.