ବୃକ୍ଷ ରୋପଣ କଲେ ଯୁବକ ମାନେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକର ବରିହାପାଲି ପଞ୍ଚାୟତ ଅଧିନସ୍ଥ ଆମମୁଣ୍ଡା ଗ୍ରାମର ଯୁବକମାନେ ଏକ ନିଆରା ପ୍ରୟାସ କରିଛନ୍ତି । ଗ୍ରାମର ରାସ୍ତାକଡ଼ରେ ପ୍ରାୟ ୨୦୦ଟି ଗଛ ଲଗାଇଛନ୍ତି । ସେହି ଯୁବକମାନେ ହେଲେ ରଞ୍ଜନ, କେଶ, ସଚିନ, ଆଲୋକ, ଆକାଶ, ପ୍ରତାପ, ଦୟାସାଗର, ବସୁଦେବ, ନୀତେଶ । ନିଜ ଖର୍ଚ୍ଚରେ ସେମାନେ ଚାରା ଆଣି ଲଗାଇବା ସହ ଅନ୍ୟ ମାନଙ୍କ ପାଇ ଉଦାହରଣ ସାଜିଛନ୍ତି ଏବଂ ବୃକ୍ଷର ମହତ୍ କଥା ମଧ୍ୟ ଲେକଙ୍କୁ ବୁଝାଇଛନ୍ତି । ବୃକ୍ଷ କାଟିବା ଏବଂ ଲଗାଇବା ମଧ୍ୟରେ କେତେ ଲାଭ ଆଉ କ୍ଷତି ହେଉଛି ସେ ପ୍ରତି ଏମାନେ ବେଶ୍ ସଚେତନ । ଏହି ଯୁବକ ମାନଙ୍କର ମହାନ୍ କାମ ପାଇଁ ତାଙ୍କୁ ଲୋକେ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.