ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସରିଆଁରେ ବୃକ୍ଷରୋପଣ କାର୍ୟ୍ୟକ୍ରମ

କଲାହାଣ୍ଡି, (ପ୍ରଦୀପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ଠାରେ ଏକ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ଆସ ଆମେ ଗଛ ଲଗାଇବା ଗୋଟିଏ ଗଛ ନିଜ ପାଇଁ ତ ଅନ୍ୟଟି ସମାଜ ପାଇଁ ’ ଉକ୍ତିକୁ ପାଥେୟ କରି ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ଉପ ସଭାପତି ସୁକଦେବ ସାହୁଙ୍କ ନେତୃତ୍ୱରେ ଜଡିବୁଟି ଦିବସ ତଥା ଆଚାର୍ୟ୍ୟ ବାଳକୃଷ୍ଣଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ହାଇସ୍କୁଲ ଓ ଶିଶୁମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା । କାର୍ୟ୍ୟକ୍ରମରେ ପ୍ରତ୍ୟୁଷ କୁମାର ଭୋଇ, ଅଚ୍ୟୁତାନନ୍ଦ ଭୋଇ, ହିତେଶ ଭୋଇ ,ଗୀତମ ଭୋଇ, ପପୁ ସାହୁ, ରୋଷନ ଭୋଇ, ସିଦ୍ଧାର୍ଥ ପ୍ରଧାନ ଓ ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ନର୍ଲା ବ୍ଲକର ଜାତୟ ଯୁବ ସ୍ବେଛାସେବୀ ମିଲନ କୁମାର ଭୋଇ ଏବଂ ଉକ୍ତ କ୍ଲବର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.