oom

ଭଦ୍ରା ଠାରେ ବିଜେପିର ସାଙ୍ଗଠନିକ ବୈଠକ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭଦ୍ରା ଠାରେ ବିଜେପିର ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛଇ । ବିଜେପି ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ସାଂସଦଙ୍କ ବ୍ଳକ ପ୍ରତିନିଧି ଅକ୍ଷୟ ରଣା, ପୂର୍ବତନ ମଣ୍ଡଳ ସଭାପତି ଗୋବିନ୍ଦ ସାହୁ, ବେଲଗାଁ ମଣ୍ଡଳ ସଭାପତି କୈଳାଶ ଚନ୍ଦ୍ର ରଣା, ଅରକ୍ଷୀତ ରଣା, ଲବେନ୍ଦ୍ର ବେହେରା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିବା ବେଳେ ଗୌର ରଣା ସଭା ପରିଚାଳନା କରିଥିଲେ । ତେବେ ବିଜେପି ଦଳ ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ଭାବେ ତାହାର ବିଜୟ ବାନା ଉଡାଇବ ତାହାକୁ ନେଇ ଗାଁ ଗାଁରେ ବ୍ଲୁ ପ୍ରିଣ୍ଟ ଆରମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଜେପିର କର୍ମୀ ମାନଙ୍କୁ ନେଇ ମଧ୍ୟ ବିଭିନ୍ନ ଆଲୋଚନା କରିଥିଲେ । ଖିମନ୍ତ ସାହୁ, ଜାମ ରାମ ସାହୁ,ସନ୍ୟାସୀ ସାହୁ, ଲିଙ୍ଗରାଜ ଭୋଇ, ଥବିର ରଣା ସମେତ ବିଜେପିର ଶତାଧିକ କର୍ମୀ ସାମିଲ ହୋଇଥିଲେ । ଶେଷରେ ଦୁଲମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.