ଏଫ୍‌ସିଆଇ ସମ୍ମୁଖରେ ବିଜେଡିର ବିକ୍ଷୋଭ : ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ଚାଷୀମାରଣ ନିତୀ ବିରୁଦ୍ଧରେ ଯୁବ ନେତା ଅର୍କେଶ ସିଂଦେଓଙ୍କ ନେତୃତ୍ୱରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଏଫ୍‌ସିଆଇ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଫ୍‌ସିଆଇ ଦ୍ୱାରା ଧାନ କିଣାରେ କେନ୍ଦ୍ର ସରକାରଙ୍କ ଭୁଲ ନୀତି ଯୋଗୁଁ ଲକ୍ଷ ଲକ୍ଷ ଚାଷୀ ନିଜ ଧାନ ବିକିବାରେ ଅସମର୍ଥ ହେଉଛନ୍ତି ବୋଲି ବିଜେଡି ଅଭିଯୋଗ କରିବା ସହ ଧାନ କିଣାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅନିୟମିତତା ଉପରେ ଗର୍ଜି ଥିଲା । ପରେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତାଙ୍କ ନେତୃତ୍ୱରେ ବିଜେଡିର ବିଭିନ୍ନ କର୍ମକର୍ତ୍ତ ମାନେ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଷୋଦଗାର କରିବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ତିନି ଦଫା ଦାବୀପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଉକ୍ତ ଦାବୀପତ୍ର ଅନୁସାରେ, ଧାନ କିଣା ଦାୟିତ୍ୱ ସଂପୁର୍ଣ୍ଣ କେନ୍ଦ୍ର ସରକାରଙ୍କ । ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ପ୍ରଦାନ ଓ ରାଜ୍ୟରେ ଧାନକିଣାକୁ ସର୍ବସାଧାରଣଙ୍କ ପାଖରେ ପହଞ୍ଚଇବା ପାଇଁ କେବଳ ରାଜ୍ୟ ସରକାର ଏଥିରେ କେନ୍ଦ୍ର ସରକାରଙ୍କୁ ସହେଯାଗ କରନ୍ତି । ଧାନ କିଣାକୁ ନେଇ ଉଭୟ ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଧାନ କିଣା ପୂର୍ବରୁ କେନ୍ଦ୍ର ସରକାର ଅନୁମାନିକ ଧାନ କିଣାର ୯୦% ରିହାତି ମୂଲ୍ୟ ରାଜ୍ୟ ସରକାରଙ୍କୁ ପ୍ରତ୍ୟେକ ତ୍ରୀମାସିକର ପ୍ରଥମ ମାସରେ ପ୍ରଦାନ କରିବା କଥା । ତା ବାଦ୍‌ ରାଜ୍ୟ ଧାନ କିଣା ଅନୁଷ୍ଠାନକୁ ମଧ୍ୟ କେନ୍ଦ୍ର ସରକାର ଆବଶ୍ୟକ ରିହାତି ଯୋଗଇ ଦେବା ବ୍ୟବସ୍ଥା ରହିଛି । କିନ୍ତୁ କେନ୍ଦ୍ର ସରକାର ରାଜ୍ୟକୁ ଧାନ କିଣା ରିହାତି ଯୋଗଇବାରେ ବାରମ୍ବାର ଟାଳଟୁଳ କରୁଛନ୍ତି । ରିପୋର୍ଟ ମୁତାବକ ଓଡିଶା ସରକାର ଯୋଗାଣ ବିଭାଗର ଏଯାଏଁ ପ୍ରୋଭିଜ୍‌ନାସ ସବସିଡି ବାବଦକୁ ୫୩୬୫.୧୧ କୋଟି, ଏଡଭାନ୍ସ ସବସିଡି ବାବଦକୁ ୭୧୬.୩୪ କୋଟି କେନ୍ଦ୍ର ସରକାରଙ୍କ ଉପରେ ବକାୟା ଥିବା ବେଳେ ଏହାର ସୁଧ ୪୮୮୩.୫୫ କୋଟି କୁ ପହଞ୍ଚିଲାଣି । ସେହିପରି ବୁଝାମଣା ମୁତାବକ କେନ୍ଦ୍ର ସରକାର ରାଜ୍ୟର ସମସ୍ତ ବଳକା ଧାନ ଏଫ୍‌ସିଆଇ ମାଧ୍ୟମରେ କିଣିନେବା ବ୍ୟବସ୍ଥା ରହିଥିଲେ ସୁଦ୍ଧା କେନ୍ଦ୍ର ସରକାର ବର୍ଷ ପରେ ବର୍ଷ ବଳକା ଧାନ କିଣାକୁ କମାଇ କମାଇ ଚାଲିଛନ୍ତି । ଫଳରେ ବଳକା ଧାନଗୁଡିକ ଖରାପ ହେବା ସହ ରାଜ୍ୟସରକାର କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି । ଆହୁରି ୨୦୨୦-୨୧ ବର୍ଷ ପାଇଁ କେନ୍ଦ୍ର ରାଜ୍ୟକୁ ୨.୧୦ ଲକ୍ଷ ଧାନକିଣା ବସ୍ତା ଯୋଗଇଦେବା କଥା, କିନ୍ତୁ କେନ୍ଦ୍ର ମାତ୍ର ୧.୩୭ଲକ୍ଷ ବସ୍ତ ଯୋଗଇ ଚୁପ ବସିଛି । ରାଜ୍ୟ ସରରକାର ବଳକା ବସ୍ତା ପାଇଁ ବିହିତ ପଦେକ୍ଷାପ ନେଲେ ସୁଦ୍ଦା କେନ୍ଦ୍ର ତାକୁ ଅନୁମୋଦନ କରିନଥିବାରୁ ଧାନ କିଣାରେ ଅନେକ ଅସୁବିଧା ଭୋଗିବାକୁ ପଡୁଛି ବୋଲି ଦାବୀପତ୍ରରେ ଉଲ୍ଲିଖିତ ରହିଛି । ତେଣୁ ମହାମହୀମ ରାଷ୍ଟ୍ରପତି ଉକ୍ତ ଘଟଣାର ସଜ୍ଞାନ ନେଇ ଏହାର ସମାଧାନ ଦିଗରେ ଯଥା ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଜୁ ଜନତା ଦଳ ଦାବୀ କରିଛି । ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡି ନେତା, ଲକ୍ଷ୍ମଣ ମେହେର, ନେତ୍ରୀ ଦମୟନ୍ତି ବାଗ, କୈଳାଶ ଚନ୍ଦ୍ର ମହାନ୍ତି, ସାଗର ସଙ୍ଗମ ଶତପଥି, ଗୁଞ୍ଜ ଖାନ, ସୁମନ ନନ୍ଦ, ଲିପିଶ୍ରୀ ସାଏ, ସନ୍ତୋଷିନି ବେହେରା, ମହେନ୍ଦ୍ର ବାଗ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.