oom

ବିଶିଷ୍ଟ ବିଜେପି ନେତା ଜୟନ୍ତ କୁମ୍ଭାର ଓ ଚତୁର୍ଭୁଜ ମେହେରଙ୍କ ବିଜେଡିରେ ଯୋଗଦାନ

jsmm
  • ପାଟଣାଗଡ଼ ବିଜେପିକୁ ଶକ୍ତ ଧକ୍କା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପରିବର୍ତ୍ତନ ଧିରେ ଧିରେ ବଢ଼ିବାରେ ଲାଗିଛି । ଦୁଇ ଜଣ ବିଶିଷ୍ଟ ବିଜେପି ନେତା ବିଜେପି ଦଳରେ ଦୀର୍ଘ ଦିନ ଧରି ବିଭିନ୍ନ ପଦପଦବୀରେ ରହି ତୃଣମୂଳ ସ୍ତରରେ ସଂଗଠନ କରିଆସୁଥିବା ବେଳେ ଦଳକୁ ମଜଭୁତ କରିବାରେ ପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ । କିନ୍ତୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ଦଳର ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା । ଏପରି ପରିସ୍ଥିତିରେ ଦୁଇ ବିଜେପି ବିଶିଷ୍ଟ ନେତା ତଥା ପଟାମୁଣ୍ଡା ପଞ୍ଚାୟତ ସମିତି ସଭ୍ୟ ଜୟନ୍ତ କୁମ୍ଭାର ଓ ପଣ୍ଡାମୁଣ୍ଡା ପଞ୍ଚାୟତର ସରପଞ୍ଚ ଚତୁର୍ଭୁଜ ମେହେର ପ୍ରମୁଖଙ୍କ ନେତୃତ୍ୱରେ ୨୫୦ରୁ ଅଧିକ କର୍ମୀ ବିଜେପି ଦଳ ଛାଡ଼ି ବିଜେଡିରେ ଯୋଗଦାନ କଲେ । ଜୟନ୍ତ କୁମ୍ଭାର ଓ ଚତୁର୍ଭୁଜ ମେହେର ଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଥିବାରୁ ବିଜେପିକୁ ବଡ଼ ଝଟକା ଲାଗିଛି ବୋଲି ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି । ୠତକାଲି ପାଟଣାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ କରିଥିଲେ । ବିଧାୟକ ଶ୍ରୀ ମେହେର ଦୁଇ ବିଶିଷ୍ଟ ନେତାଙ୍କ ସହ ୨୫୦ ଜଣ କର୍ମୀଙ୍କୁ ବିଜେଡି ଦଳୀୟ ଶଂଖ ଚିହ୍ନ ଥିବା ଚଦର ପକାଇ ସ୍ବାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଓ ବିଧାୟକ ଶ୍ରୀ ମେହେରଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ଜୟନ୍ତ ଓ ଚତୁର୍ଭୁଜ ବିଜେଡିରେ ଯୋଗଦାନ କରିଛନ୍ତି ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜୟନ୍ତ କୁମ୍ଭାର ଫଟାମୁଣ୍ଡା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ ଚତୁର୍ଭୁଜ ମେହେର ପଣ୍ଡାମୁଣ୍ଡ ପଞ୍ଚାୟତ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କିପରି ଭାବରେ ପାଳନ କରିପାରିବେ ସେ ଦୃଷ୍ଟି ରଖି ବିଜେପି ଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଥିବା ପ୍ରକାଶ କରିଛନ୍ତି । ଏଥିରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ, ନୀଳକାନ୍ତ ବାଗ, ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ମାନସୀ ବିଶ୍ଵାଳ, ଉପାଧ୍ୟକ୍ଷ, ପ୍ରଫୁଲ୍ଲ କୁମାର ମେହେର, ପାଟଣାଗଡ ବ୍ଲକ ସଭାପତି ତଥା ବିଧାୟକ ପ୍ରତିନିଧି ହୀମାଞ୍ଚଳ ପ୍ରଧାନ, ଜିଲ୍ଲା ସମ୍ପାଦକ, ଜୋନ ୧୪ ବିଶେଶ୍ଵରୀ ବରିହା, ଜୋନ ୧୫ କସ୍ତୁରୀ, ଜୋନ ୧୬ ବାଳିକା ମାଝୀ ଜିଲ୍ଲା ପରିଷଦ ସଦସ୍ୟାଙ୍କ ସମେତ ଜୋନ ସଭାପତି ମଞ୍ଚାସୀନ ଥିଲେ ।

jittmm
Leave A Reply

Your email address will not be published.