ଗଂଜାମ ବ୍ଲକ ୧୪ ନମ୍ବର ଜୋନ୍ରେ ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ସ୍ୱାଇଁଙ୍କ ବାଜିମାତ : ୧୫ ନଂ ଜୋନରେ ବିଜେଡିର ସନାତନ ବେହାର ଆଗୁଆ
ଗଞ୍ଜାମ, (ପ୍ରଦୀପ କୁମାର ପାଣୀ) : ଗଂଜାମ ବ୍ଲକର ୧୪ ନମ୍ବର ଜୋନ୍ରେ ବିଜେଡିର ଜିଲ୍ଲା ପରିଷଦ ପାର୍ଥୀ ସସ୍ମିତା ସ୍ୱାଇଁ ବାଜିମାତ କରିଥିବା ବେଳେ ୧୫ ନମ୍ବର ଜୋନରେ ବିଜେଡିର ସନାତନ ବେହେରା ବେଶ୍ ଆଗୁଆ ଥିବା ଜଣାପଡିଛି । ସନ୍ତୋଷପୁର ପଞ୍ଚାୟତର ସେମିତି ସଭ୍ୟ କୈଳାଶ ଚନ୍ଦ୍ର ସାଇଁଙ୍କ ସ୍ତ୍ରୀ ସସ୍ମିତା ସ୍ୱାଇଁ ୧୪ ନମ୍ବର ଜୋନ୍ରୁ ଜିଲ୍ଲା ପରିଷଦ ସଭ୍ୟ ରୂପେ ପ୍ରତିଦ୍ୱନ୍ଦିତା କରି ୧୫,୧୬୦ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପ୍ରଭାସିନୀ ନାୟକ ୪୯୮୨ ଭୋଟ ପାଇଛନ୍ତି । ସସ୍ମିତା ରେକର୍ଡ ସଂଖ୍ୟକ ୧୦,୧୭୮ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ସିପିଆଇଏମ୍ର ପାର୍ଥୀ ଗାୟତ୍ରୀ ଗୌଡ଼ ୩୭୪୮, କଂଗ୍ରେସର ସସ୍ମିତା ମହାରଣା ୭୩୭ ଭୋଟ ପାଇଛନ୍ତି । ସେହିପରି ୧୪ ନମ୍ବର ଜୋନ୍ରେ ରାତି ଦଶଘଣ୍ଟ ସୁଦ୍ଧା ନବମ ରାଉଣ୍ଡରେ ବିଜେଡିର ସନାତନ ବେହେରା ୮୮୭୮ ଭୋଟ ପାଇ ବେଶ ଆଗୁଆ ଥିବା ବେଳେ ବିଜେପିର ସୁମନ୍ତ ଦାସ ୩୬୯୭, ସିପିଆଇଏମ୍ର ଗୋବର୍ଦ୍ଧନ ପ୍ରଧାନ ୭୮୩, କଂଗ୍ରେସର ଧନୁର୍ଦ୍ଧର ଦାସ ୭୩୨, ସିପିଆଇର ରଘୁନାଥ ବେହେରା ୩୩୧ ଭୋଟ ପାଇଛନ୍ତି । ବିଜେଡି ଏକ ପ୍ରକାର ବିଜୟ ହେବା ସୁନିଶ୍ଚିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ବିଡ଼ିଓ ବିଶ୍ୱଜିତ ରାୟଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ପରିଚାଳନା କରିଥିବା, ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ଅରୁଣ କୁମାର ନାୟକ ରହିଛନ୍ତି । ଶାନ୍ତିଶୃଙ୍ଖଳା ପାଇଁ ଗଂଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ରମ୍ଭା ଆଇଆଇସି ଦୀପ୍ତିରଞ୍ଜନ ବେହରା ତଦାରଖ କରିଥିଲେ । ଏହି ନିର୍ବାଚନରେ ଗଂଜାମ ଏବିଡିଓ ଭବାନୀ ଶଙ୍କର ପ୍ରଧାନ, ଜିପିଓ କୃଷ୍ଣଚନ୍ଦ୍ର ରଥ, ଶିକ୍ଷକ ନିରଞ୍ଜନ ମହାପାତ୍ର, ସିଆର୍ସିସି ମହେଶ୍ୱର ବେହେରା ସହଯୋଗ କରିଥିଲେ ।