oom

୧୨ନଂ. ଜୋନରେ ବିଜେଡିର ପ୍ରଚାର ଆରମ୍ଭ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁରେ ବିଜେଡିର ପ୍ରଚାର ବେଗ ବଢିଛି । ଶାଶୁଙ୍କ ଦେହାନ୍ତ ପାଇଁ ପ୍ରଚାର କରିପାରୁ ନଥିଲେ ୧୨ ନମ୍ବର ଜୋନର ବିଜେଡି ଜିଲା ପରିଷଦ ପ୍ରାର୍ଥୀ ମମତା କୁମୁରା । ସିକୁଆଁ ଶିବ ମନ୍ଦିରରୁ ଦଳୀୟକର୍ମୀଙ୍କୁ ନେଇ ପ୍ରଚାର ଆରମ୍ଭ କରିଛନ୍ତି ମମତା । ସେ ସିକୁଆଁ, ବଡବନ୍ଧ ଓ ସାରସମାଲ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ସରକାରୀ ଯୋଜନା ବିଷୟରେ ଲୋକଙ୍କୁ କହି ଭୋଟ ପ୍ରଚାର କରିଥିଲେ । ତାଙ୍କ ସହ ବିଜେଡି ନେତା ଅର୍କେଶ ନାରାୟଣ ସିଂହଦେଓ, ଜିଲା ମହିଳା ସଭାନେତ୍ରୀ ଦମୟନ୍ତୀ ବାଗ, ବ୍ଲକ ସଭାପତି ସୁଶୀଲ ଚାନ୍ଦ, ଛାତ୍ର ସଭାପତି ଦୀପକ ବେହେରା, ପୂର୍ବତନ ବ୍ଳକ ସଭାନେତ୍ରୀ ଜାନକୀ ମେହେର ପ୍ରମୁଖ ଯୋଗଦେଇ ପ୍ରଚାର କରିଥିଲେ। ସେହିପରି ୧୩ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ସୁମତି ବାଗ, ପୂର୍ବତନ ଅଧ୍ୟକ୍ଷ ଲକ୍ଷଣ ମେହେରଙ୍କ ସହ ଗାଁ ଗାଁ ଯାଇ ପ୍ରଚାର ଚଳାଇଛନ୍ତି ।

jittmm
Leave A Reply

Your email address will not be published.