ଗୁଡିଘାଟ ଗ୍ରାମରକ୍ଷୀ ସୁବଳ ନାଗଙ୍କ ଆକସ୍ମିକ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟର ଗ୍ରାମରକ୍ଷୀ ରୂପେ କାର୍ଯ୍ୟ କରୁଥିବା ସୁବଳ ନାଗ(୫୬)ଙ୍କ ରବିବାର ଆକସ୍ମିକ ବିୟୋଗ ଘଟିଛି । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ପ୍ରଥମେ ବଲାଙ୍ଗିର ଓ ପରେ ବରଗଡ଼ ବିକାଶ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟ ଶଯ୍ୟା ନିକଟରେ ତାଙ୍କର ଦୁଇ ଝିଅ ଓ ଜଣେ ପୁଅ ଥିବା ଜଣାପଡିଛି । ମୃତଦେହକୁ ଘରକୁ ଆଣି ତାଙ୍କର ଅନ୍ତେଷ୍ଟି କ୍ରିୟା ସଂପନ୍ନ କରାଯାଇଥିବା ବେଳେ ଏକମାତ୍ର ପୁଅ ମୁଖାଗ୍ନି ଦେଇଥିଲେ । ସେ ଜଣେ ମିଷ୍ଟଭାଷୀ ଓ ଜଣାଶୁଣା ବ୍ୟକ୍ତିଭାବେ ଅଞ୍ଚଳରେ ସୁପରିଚିତ ଥିବାରୁ ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଖବର ପାଇ ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନଙ୍କ ସହ ସମସ୍ତ ଥାନା କର୍ମଚାରୀ ଅନ୍ତେଷ୍ଟିକ୍ରିୟାରେ ସାମିଲ ହୋଇ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.