jayashree

ପିଏଚ୍‌ଡି ଛାତ୍ରୀଙ୍କ ଅକାଳ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡାରେ ଜଣେ ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଆମେରିକାରେ ପିଏଚ୍‌ଡି କରୁଥିବା ଛାତ୍ରୀ ନିହାରିକା ଦଳପତି(୨୬) ଘରେ ଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ଆଣିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପୁଲିସ ଶବକୁ ଜବତ୍‌ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି । ସୂଚନାଯୋଗ୍ୟ ଯେ, ପାଟଣାଗଡରେ ସମାଜିକ ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ନିହାରିକାଙ୍କ ବାପା ଧବଳେଶ୍ୱର ଦଳପତି ଗତ ୨ ବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତେବେ ପରିବାରର ସବୁଠୁ ବୁଦ୍ଧିମତି ଓ ଚଳ ଚଞ୍ଚଳ ଝିଅ ନିହାରିକାଙ୍କ ଅକାଳ ବିୟୋଗ ପରିବାର ପରିଜନଙ୍କୁ ଶୋକାପ୍ଲୁତ କରି ପକାଇଛି ।

Leave A Reply

Your email address will not be published.