ବିପୁଳ ପରିମାଣର ବିସ୍ଫୋରକ ଜବତ

ଖୋର୍ଦ୍ଧା : ଆଜି ସଦର ପୁଲିସ୍ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଥିବା ଜଣାପଡିଛି । ଘଟଣାସ୍ଥଳରୁ କାର ଡ୍ରାଇଭର ଓ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ଏସଡିପିଓ ଦିଲୀପ ଦାସଙ୍କ କହିବା ଅନୁଯାୟୀ ଆଜି ସକାଳୁ ପ୍ରାୟ ୧୧ଟା ସମୟରେ ସଦର ପୁଲିସ୍ ଦାଧିମାଛଗାଡିଆ ରାସ୍ତା ପାର୍ଶ୍ବରେ ପାଟ୍ରୋଲିଂ କରୁଥିବା ସମୟରେ ଓଆର୍‌ ୦୫ ଏଏ୩୬୭୮ନମ୍ୱର କାର ଡ୍ରାଇଭର ଘଟଣାସ୍ଥଳ ଛାଡି ଫେରାର ହୋଇଯାଇଥିଲେ । ଏହା ସହିତ ସାଙ୍ଗରେ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତ ମଧ୍ୟ ଫେରାର ହୋଇଯାଇଥିଲା । ଏହାପରେ ପୁଲିସ୍ ଉକ୍ତ କାର୍ ମଧ୍ୟରେ ପ୍ରାୟ ୧୦୦ କିଲୋ ଜିଲୋଟିନ, ଡିଟନେଟର ଓ ଆମିନିଆ ଜବତ କରିଥିଲା । ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହ ଏତେ ପରିମାଣରେ ବିସ୍ଫୋରକ ଚାଲାଣର ଚେର ଖିଅ ଖୋଜୁଛି ।

Leave A Reply

Your email address will not be published.