ମର୍ମନ୍ତୁଦ ସଡକ ଦୁର୍ଘଟଣା : ବାଇକ ଉପରେ ଚଢ଼ିଗଲା ଟ୍ରକ

ଗଞ୍ଜାମ : ଗ‌ଞ୍ଜାମ ଜିଲ୍ଲା ରମ୍ଭା ଥାନା ଶାବୁଳିଆ ଛକ ଅ‌ଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ ବାଇକ ଉପରେ ଚଢ଼ିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ପୁଅ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା-ମାଆ ଗୁରୁତର ହୋଇଛନ୍ତି । ଗୁରୁତର ବାପା-ମାଆଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ତେବେ ମୃତାହତମାନେ ରମ୍ଭା ଅଞ୍ଚଳର ବୋଲି ଜଣାପଡ଼ିଛି । ବାଇକ୍ ଯୋଗେ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଧରି ଶାବୁଳିଆ ଛକରେ ରାସ୍ତା ପାର ହେଉଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ ସେମାନଙ୍କ ଉପରେ ଚଢ଼ି ଯାଇଥିଲା । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।

Leave A Reply

Your email address will not be published.