ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସ୍ୱେଚ୍ଛାସେବୀ ଡି.ବିଷ୍ଣୁପ୍ରିୟାଙ୍କ ତତ୍ୱାବାଧାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ରବିନ୍ଦ୍ର ନାଥ ବେହେରା, ଏବିଡ଼ିଓ ଭାବାନୀ ଶଙ୍କର ପ୍ରଧାନ, ସିଡିପିଓ ସଲୀଳା ପ୍ରଧାନ ପ୍ରମୁଖଙ୍କ ସହ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ କର୍ମକର୍ତ୍ତା ଯୋଗଦେଇ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦେଶ୍ୟ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ୟୁଥ୍ ପୋର୍ଟାଲ୍ (my bharat.Gove.in) ଉତ୍ତୋଳନ କରାଯାଇ ସ୍କିଲ୍ ଡେଭ୍ଲପ୍କୁ ନେଇ ତଥ୍ୟ ସଂଗ୍ରହ କରିବା ପାଇଁ ଯୁବଗୋଷ୍ଟୀଙ୍କୁ ଅବଗତ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ଲାଭ ଉଠାଇବା ନେଇ ଉପସ୍ଥିତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଟୀ ଓ ଯୁବଗୋଷ୍ଟୀ ଓ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା ।
Next Post