ଟିଟଲାଗଡ ସରକାରୀ ମହିଳା ମହାବିଦ୍ୟାଳୟଠାରେ ଆଇସେକ୍ଟ୍ ପକ୍ଷରୁ କୌଶଳ ବିକାଶ ଯାତ୍ରା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କୌଶଳ ବିକାଶ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଗତ ଚାରି ଦଶନ୍ଧି ଧରି ନିରନ୍ତର କାର୍ଯ୍ୟ କରିଆସୁଥିବା ସଂସ୍ଥା ଆଇସେକ୍ଟ୍ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ନୂତନ ଶିକ୍ଷା ନୀତି ପ୍ରତି ଆଗ୍ରହ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଚୟନ ଉଦ୍ଦେଶ୍ୟରେ ଦେଶବ୍ୟାପୀ କୌଶଳ ବିକାଶ ଯାତ୍ରା ଗତ ୨୧ ସେପ୍ଟେମ୍ବର ଦିନ ସୁଦୂର ଭୁବନେଶ୍ୱରରୁ ବାହାରି ବ୍ରହ୍ମପୁର, ରାୟଗଡା, ନବରଙ୍ଗପୁର ଏବଂ ଧର୍ମଗଡ଼ ସହରରେ ବିଭିନ୍ନ କୁଶଳୀ ଭିତ୍ତିକ କାର୍ଯ୍ୟକ୍ରମରେ ଯୋଗଦେଇ ଆଜି ଚର୍ଥୁତ ଦିନରେ ଟିଟଲାଗଡ ସହରରେ ପହଞ୍ଚିଛି । ଆଇସେକ୍ଟ ଦ୍ଵାର ଆୟୋଜିତ କୌଶଳ ବିକାଶ ଯାତ୍ରା କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନଙ୍କୁ କୌଶଳ ବିକାଶର ମହତ୍ତ୍ଵ ବଖାଣିବା ସହିତ କମ୍ପାନୀର ଅନ୍ୟ ସେବା ବିଷୟରେ ଆଲୋକପାତ କରିଥିଲେ । ଆଇସେକ୍ଟ୍ ଓଡ଼ିଶାର ରାଜ୍ୟ ସଂଯୋଜକ, କ୍ଷେତ୍ରୀୟ ସଂଯୋଜକ, ପ୍ରୋଜେକ୍ଟ ମ୍ୟାନେଜର ଏବଂ ଜିଲ୍ଲା ସଂଯୋଜକ ବିଗତ ବର୍ଷମାନଙ୍କରେ କୌଶଳ ବିକାଶ ଯାତ୍ରାର ମହତ୍ତ୍ଵ ବୁଝାଇବାକୁ ଅଦ୍ଭୁତ ପୂର୍ବ ପ୍ରୟାସ ଜାରି ରଖିଛନ୍ତି । ଏହି ଅବସରରେ ମାଇକ୍ରୋକମ କମ୍ପ୍ୟୁଟରର ଅଧ୍ୟକ୍ଷ ତଥା ଆଇସେକ୍ଟ୍ ଓଡ଼ିଶାର ଜିଲ୍ଲା ସଂଯୋଜକ ଶିବାନନ୍ଦ ଦିକ୍ଷୀତ, ରଞ୍ଜିତ କୁମାର ସାହୁ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁବାରୁ ସିନ୍ଦୁରୀୟା, ଶେଷଦତ୍ତ ସୁତାର ଓ ଅରୁଣ କୁମାର ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସେବା ବିଷୟରେ ଆଲୋକପାତ କରିବା ସହ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.