oom

ବିକାଶଠାରୁ ବହୁ ଦୂରରେ ବାରିକପାଲି ଗାଁ

jsmm

ସଇଁନ୍ତଲା, (ଲଷ୍ମୀକାନ୍ତ ସାହୁ) : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଏବେ ବି ଉପାନ୍ତ ଅଂଚଳରେ ଫେଲ ମାରିଛି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁକୁ ପକ୍କା ରାସ୍ତା ନଥିବା ଯୋଗୁଁ ଯିବା ଆସିବାରେ ଲୋକେ ଅନେକ ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁନ୍ତଲା ବ୍ଲକ ଜୁରାବନ୍ଦ ପଂଚାୟତ ବାରିକପାଲି ଗାଁରେ ଦୀର୍ଘ ବର୍ଷ ହେଲାଣି ୧୦୦ରୁ ଅଧିକ ଲୋକେ ବସବାସ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଗାଁ ଲୋକଙ୍କ ପାଇଁ ପକ୍କା ରାସ୍ତାଟିଏ ହୋଇ ପାରିଲା ନାହିଁ । ଅନେକ ଥର ଟିଟିଲାଗଡ଼ ବିଧାୟିକା ତଥା ଜଳ ସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ସ୍ଥାନୀୟ ଲୋକେ ରାସ୍ତାଟିଏ ପାଇଁ ଗୁହାରି କରିଥିଲେ ହେଲେ ନିର୍ବାଚନ ସମୟରେ ପ୍ରତିଶୃତି ଦେଇ ରାସ୍ତା ତିଆରି କଲେ ନାହିଁ ନାହିଁ ବୋଲି ଗାଁ ଲୋକେ କହିଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ଛାତ୍ର ଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ପାଇଁ ଅନେକ ଗୁଡିଏ ଯୋଜନା କରୁଥିବା କଥା କହୁଛନ୍ତି କିନ୍ତୁ ଏହି ଗାଁରେ ତାହା ଫେଲ ମାରିଛି । ପାଠ ପଢିବା ପାଇଁ ଇଚ୍ଛା ଥିବା ବେଳେ ଆର୍ଥିକ ଅଭାବ ପାଠପଢାରେ ବାଧକ ସାଜିଥିବା ଝିଅମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗାଁକୁ ଆଜି ପର୍ଯ୍ୟନ୍ତ ଜଳ ଯୋଗାଣ ବ୍ୟବସ୍ଥା ନଥିବା ବେଳେ ଗାଁ ଲୋକେ ଅନେକ କଷ୍ଟ କରି ପାଣି ଆଣୁଥିବା କହିଛନ୍ତି । ଗାଁରେ ନେଟୱାର୍କ ମଧ୍ୟ ନାହିଁ ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରୁଥିବା ବେଳେ ଏହି ଗାଁରେ ଲୋକଙ୍କ ପାଇଁ ଆବାସ ଯୋଜନା ସାତସପନ ପାଲଟିଛି । ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.