oom

ଆନ୍ତର୍ଜାତୀୟ ଆଥେଲେଟିକ୍‌ ସୂର୍ଣ୍ଣ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆନ୍ତର୍ଜାତୀୟ ମାଷ୍ଟର୍ସ୍ କ୍ରୀଡାବିତ୍ ତଥା ଚଳିତ ଖେଲୋ ଇଣ୍ଡିଆ ଜାତୀୟ ମାଷ୍ଟର୍ସ ଗେମ୍ ଦିଲ୍ଳୀଠାରେ ଆୟୋଜିତ ପ୍ରତିଯୋଗିତାର ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ବିଜେତା (ଆଥେଲେଟିକ୍‌) ସନ୍ତୋଷ କୁମାର ପଧାନଙ୍କୁ ପାଇକମାଲ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ରାହାସ ବିହାରୀ ସାହୁ ଓ ସଞ୍ଜିବ ମାଝୀ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଯେ ଶ୍ରୀ ପଧାନ ଜିଲ୍ଲା, ରାଜ୍ୟ ତଥା ଦେଶ ପାଇଁ ଜାତୀୟ ଏବଂ ଆନ୍ତର୍ଜାତିକ ମାଷ୍ଟର୍ସ୍ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆଜି ପର୍ଯ୍ୟନ୍ତ ଶହେରୁ ଅଧିକ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି । ଆଜି ପର୍ଯ୍ୟନ୍ତ ନେପାଳ, ଶ୍ରୀଲଙ୍କା, ଭୁଟାନ, ମାଲେସିଆ, ସିଙ୍ଗାପୁର, ଥାଇଲାଣ୍ଡ, ବାଙ୍ଗଲାଦେଶ ପ୍ରଭୃତି ଦେଶ ଗୁଡିକରେ ଅଂଶଗ୍ରହଣ କରି ଦେଶ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏଥି ପାଇଁ ଶ୍ରୀ ପଧାନ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଁ ସମ୍ମାନିତ ହୋଇଛନ୍ତି । ଏହା ବ୍ୟତୀତ ଆନ୍ତର୍ଜାତୀୟ ଏଚିଭର୍ସ ଆୱାର୍ଡ, ରାଷ୍ଟ୍ର ପ୍ରେରଣା ଆୱାର୍ଡ ଏବଂ ବଙ୍ଗ ଗୌରବ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ଆଗକୁ ଥିବା ବିଶ୍ଵ ମାଷ୍ଟର୍ସ୍ ଗେମ୍ ଏବଂ ବିଶ୍ଵ ଆଥେଲେଟିକ୍‌ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତି ଜାରି ରଖିବା ସହ ଜିଲ୍ଲା ତଥା ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ।

jittmm
Leave A Reply

Your email address will not be published.