centurian jitm

ବରତୁଣ୍ଡା ଗାଁରେ ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଖଇରଭାଡ଼ିକୁ ପରାସ୍ତ କରି ଜୁରାବନ୍ଧ ବିଜୟୀ

nschool

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ବରତୁଣ୍ଡା ଗାଁରେ ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି । ଆୟୋଜିତ ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୁଳମଣି ମେହେର, ଜୟନ୍ତୀଲାଲ ହଂସ, ପିତାମ୍ବର ନାଗ, ସନ୍ତୋଷ ହଂସ, ଦୁର୍ଦ୍ଦକ୍ଷ ହଂସ, କପିଲାଭଟା ପଞ୍ଚାୟତର ସମିତି ସଭ୍ୟ କେଦାର ଭୋଇ, ନାଏବ ସରପଞ୍ଚ ଝସକେତନ ସାହୁ, ଶୁଭାକର ନାଗ, ତେଜରାଜ ଭୋଇ, ତରଣୀ ନାଗ ପରମେଶ୍ୱର ମହାନନ୍ଦ, ଧର୍ମେନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ଵିତୀୟ ଦିବସ ମ୍ୟାଚ୍‌ରେ ଖଇରଭାଡ଼ି ଓ ଜୁରାବନ୍ଧ ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ଖଇରଭାଡ଼ି ଦଳକୁ ପରାସ୍ତ କରି ଜୁରାବନ୍ଧ ଦଳ ବିଜୟୀ ହୋଇଛି । ନବୀନ ପୁଟେଲ ଓ ରମେଶ ନାଗ ଖେଳ ପରିଚାଳନା କରିଥିଲେ । ହୁଲେଶ୍ୱର ହଂସ ଓ ମହିଲାଲ ଠେଲା ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ଆଶିଷ ଯାନୀ, ଅଙ୍କିତ ରାଉତ, ଯୋଗିନ ଭୋଇ, ମହେଶ୍ୱର ପୁଟେଲ, ଇନ୍ଦ୍ର ଭୋଇ, ଡୋଲେଶ୍ୱର ଭୋଇ, ମକରଧ୍ୱଜ ନାଗ, ପ୍ରତାପ ନାଗ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.