ବରଗଡ, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନର ଅପେକ୍ଷା ପରେ ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁର ୨୦୨୫/୨୬ ଶିକ୍ଷା ବର୍ଷରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଘନଶ୍ୟାମ ସାହୁ (ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅକାରୀ)ଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ମୁଖ୍ୟ ବକ୍ତା ଭାବରେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର ପଟେଲ ଯୋଗଦେଇଥିଲେ । ଏଥିରେ ମୋଟ ୪୪୭ ଜଣ ଶିଶୁ ଭାଇ ଭଉଣୀ ଅଂଶଗ୍ରହଣ କରିଥିଲେ । ବାଟିକା ବିଭାଗରୁ ୧୮୦ ଜଣ, ପ୍ରାକ୍ ଶିଶୁ ବର୍ଗରୁ ୧୬୦ ଜଣ, ଶିଶୁ ବର୍ଗରୁ ୮୦ ଜଣ, ବାଲି ବର୍ଗରୁ ୨୧ ଜଣ ଓ କିଶୋର ବର୍ଗରୁ ୬ ଜଣ ଭାଗ ନେଇଥିଲେ । ଏଥିରେ ବିଜ୍ଞାନ ପ୍ରକଳ୍ପରେ ୪୦୯ ଜଣ, ଗଣିତ ପ୍ରକଳ୍ପରେ ୩୮ ଜଣ ଭାଗ ନେବା ସହିତ ଏଇ ଅବସରରେ ଗଣିତ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରୟୋଗ,ଗଣିତ ପ୍ରୟୋଗ, ଗଣିତ ପତ୍ରବାଚନ, ବିଜ୍ଞାନ ପତ୍ର ବାଚନ, କଥାକଥନ, ତାହାଲିକ୍ ଭାଷଣ, ନିବନ୍ଧ ଓ ମୂର୍ତ୍ତି କଳା ଇତ୍ୟାଦି ପ୍ରତିଯୋଗିତାମାନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ଗଣିତ ପ୍ରକଳ୍ପରେ ଅଶ୍ୱିନୀ ଗଡତିଆ, ସୁଶାନ୍ତ ପ୍ରଧାନ, ଆଲୋକ ଅଗ୍ରୱାଲ ତଥା ବିଜ୍ଞାନ ପ୍ରକଳ୍ପରେ ମାନନୀୟ ବିବେକାନନ୍ଦ ସାହୁ, ରମାକାନୁ ପୁଷ୍ଟି, ସୁଶ୍ରୀ ସୀମା ମେହେର, ଶାନ୍ତୁନୁ କୁମାର ସାହୁ, ଲିପ୍ଲା ରାଣୀ ମହାପାତ୍ର, ଅନୁକମ୍ପା ପଧାନ ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାଙ୍କନରେ ସହଯୋଗ କରିଥିଲେ । ସମରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲ୍ଲଭ ମେହେର (ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜେପୁର) ମୁଖ୍ୟ ବକ୍ତା ଭାବରେ ଏବଂ ପ୍ରଦୀପ କୁମାର ମିଶ୍ର (ବିଜେପୁର ମହା ବିଦ୍ୟାଳୟର ଅଧ୍ୟକ୍ଷ) ମହୋଦୟ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ । ବିଦ୍ୟାଳୟର ଗୁରୁଜୀ ଗୁରୁମା ତଥା ପରିଚାଳନା ସମିତିର ସମ୍ପାଦକ, ସଭାପତି, କୋଷାଧ୍ୟକ୍ଷ ଏବଂ ସଦସ୍ୟ ସଦସ୍ୟା ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ ଦେଇ କାର୍ଯ୍ୟକ୍ରମର ବିଭିନ୍ନ ବିଭାଗରେ ଦାୟିତ୍ୱ ନେଇ ଶିଶୁ ଭାଇ ଭଉଣୀମାନଙ୍କୁ ଉତ୍ସାହିତ କରିଥିଲେ ।

Prev Post