ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଓ ବିଦ୍ୟୁତ ବିଲ ବୃଦ୍ଧି ନେଇ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଦିନ କାଟୁଛନ୍ତି । ତେବେ ଆଜି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସୁରେନ୍ଦ୍ର ସିଂଭୋଇ ଅଘୋଷିତ ବିଦୁତ କାଟ ଓ ବିଦ୍ୟୁତ ବିଲର ଦର ବୃଦ୍ଧି ସମସ୍ୟାକୁ ନେଇ ସଇଁନ୍ତଲା ବିଦ୍ୟୁତ କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରି ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଥିଲେ । ଯଦି ଆଗାମୀ ଦିନରେ ମନ ଇଚ୍ଛା ବିଦ୍ୟୁତ କାଟ ହୁଏ ତେବେ ତୀବ୍ର ତର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂଭୋଇ ।

Leave A Reply

Your email address will not be published.