ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସମ୍ପନ୍ନ

  • ସଂସ୍କାର ପାଇନଥିବା ପିଲା ଦୁନିଆରେ ଘୃଣିତ ହୁଅନ୍ତି : ଶ୍ରୀ ସ୍ୱାଇଁ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂସ୍କାର ପାଇନଥିବା ପିଲା ଦୁନିଆରେ ଘୃଣିତ ହୁଅନ୍ତି ଓ କର୍ମ ସବୁବେଳେ ମଣିଷକୁ ପୁରସ୍କାର ଦେଇଥାଏ ବୋଲି ବିଶ୍ରା ବ୍ଲକ ଶିକ୍ଷାଧିକାରୀ ବେଣୁଧର ସ୍ୱାଇଁ ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସମ୍ପନ୍ନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସେକ୍ଟର ୬ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବିଦ୍ୟାନଗରୀର ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିବାଳା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ରା ବ୍ଲକ ଶିକ୍ଷାଧିକାରୀ ବେଣୁଧର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରବୀର କୁମାର ଦୁବେ, ରଶ୍ମିତ କୁମାର ସାହାଣୀ, ସଂଯୁକ୍ତା ରାଜଗୁରୁ ମହାପାତ୍ର, ଭାସ୍କର ନନ୍ଦ ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ପାର୍ବତୀ ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ । ସିଆର୍‌ସିସି ଦୀପକ କୁମାର ସାମଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ତାଙ୍କ ବକ୍ତବ୍ୟରେ ଉପରୋକ୍ତ ବକ୍ତବ୍ୟ ସହ ଶୃଙ୍ଖଳା, ସମୟାନୁବର୍ତ୍ତିତା, ଲକ୍ଷ୍ୟ, ସଂସ୍କାର, ସାଧନା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ରାଉତ ଓକ୍ ଗଛ ଓ ଗଙ୍ଗଶିଉଳି ଫୁଲର ତୁଳନାତ୍ମକ ସହ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାୟିତ୍ଵବୋଧ ତଥା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଗଣ ବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷା ପ୍ରତି ପ୍ରତିବଦ୍ଧତା ଓ ଛାତ୍ରଛାତ୍ରୀମାନଙ୍କୁ ସଂସ୍କାରୀ ହେବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ସଂଯୋଜକ ଶ୍ରୀ ସାମଲ ସ୍ୱାଗତ ଭାଷଣ ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋସ୍ନାମୟୀ ରାଉତ, ସଚଳା କୁମାରୀ ବାରିକ, ପ୍ରଭାତୀ ମହନ୍ତ, ସୁଜାତା ମହାପାତ୍ର, କିରଣବାଳା ସାହୁ, ଚିତ୍ରସେନ କଲତା, ନୃସିଂହ ନାରାୟଣ ପାଣିଗ୍ରାହୀ, ଅଭିଭାବକ ଅମରନାଥ ଜେନା ଓ ହରିହର ଦାଶ, ପାଚିକା କନକଲତା ସାହୁ, ମମତା ନାୟକ, ଟିକିନା ବେହୁରିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଅଭିଭାବକ, ଅଭିଭାବିକା ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.