ବିଦ୍ୟାଳୟ ଖୋଲିବାରୁ ସଭିଙ୍କ ମନରେ ଖୁସିର ସୂର୍ୟ୍ୟୋଦୟ ହୋଇଛି

ବୌଦ୍ଧ, (ବଂଶୀଧର ମାଝୀ) : କରୋନା କଟକଣା ଯୋଗୁଁ ସରକାର ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିଥିଲେ ଦୀର୍ଘ ୧୦ ମାସ ବ୍ୟବଧାନ ପରେ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ଆରମ୍ଭ ହୋଇଛି । ଏହି ଅବସରରେ କଣ୍ଟାମାଳ ବ୍ଲକର ଖୁଣ୍ଟିଗୋରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ଆମ ପ୍ରତିନିଧି ବଂଶୀଧର ମାଝୀ ପହଞ୍ଚିଥିଲେ । ଏତେଦିନ ପରେ ଶିକ୍ଷାଲାଭ କରିବାର ସୁଯୋଗ ପାଇଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ଆନନ୍ଦ ଦେଖା ଦେଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମାନଙ୍କ ମଧ୍ୟରେ ଉତ୍ସୁକତା ଦେଖା ଦେଇଛି । ସ୍କୁଲରେ ପହଞ୍ଚିବା ପରେ ହାତ ସାନିଟାଇଜିଂ କରିବା ସହିତ ମୁହଁରେ ମାକ୍ସ ପରିଧାନ କରି ଶ୍ରେଣୀ କୋଠରୀରେ ସାମାଜିକ ବ୍ୟବଧାନ ରକ୍ଷାକରି ବେଞ୍ଚରେ ବସିବା ସହ ଶିକ୍ଷାଲାଭ କରିଥିଲେ । ଆଗକୁ ପରିକ୍ଷା ଥିବାରୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ରଥମ ଥର ପାଇଁ ରବିବାର ଦିନରେ ମଧ୍ୟ ବିଦ୍ୟାଳୟ ଖୋଲା ରହୁଛି । ପିଲାଏ ଖୁସି ମନରେ ସ୍କୁଲ ଆସୁଛନ୍ତି । ଦୀର୍ଘ ମାସ ଯାଏ ସ୍କୁଲ ବନ୍ଦ ଥିବାରୁ କିଛି ପିଲା ପରୀକ୍ଷାକୁ ନେଇ ଚିନ୍ତାରେ ରହୁଛନ୍ତି । ତେବେ ପିଲାଏ ନିୟମିତ ସ୍କୁଲ ଆସିଲେ ନିଶ୍ଚୟ ପରୀକ୍ଷାର ଫଳାଫଳ ଭଲ ଆସିବା ବୋଲି ବିଦ୍ୟାଳୟର ସମସ୍ତ ଶିକ୍ଷକ ଆଶା ରଖିଥିବା କଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସାହୁ ଏବଂ ସଂସ୍କୃତ ଶିକ୍ଷକ ଗୋବିନ୍ଦ ସାହୁ ଜଣାଇଛନ୍ତି । ଅନ୍ୟପଟେ ଅଭିଭାବକମାନେ ମଧ୍ୟ ଆସ୍ବସ୍ତି ଅନୁଭବ କରିବା ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.