centurian jitm

୩ ମାସରେ ଶେଷ ହେବ ବାଦିପଡା-ସଇଁତଲା ବ୍ରିଜ : ବିଧାୟକଙ୍କ ପ୍ରତିଶ୍ରୁତି

nschool

ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବାଦୀପଡା-ସଇଁତଲାକୁ ସଂଯୋଗ କରୁଥିବା ଲାଂଥ ନଦୀ ଦେଇ ଲୋକେ ଯାତାୟାତ କରୁଥିବା ବେଳେ ବର୍ଷା ଦିନ ହେଲେ ଲୋକଙ୍କ ଦୁଃଖ ବଢ଼ିବାକୁ ଲାଗିଥାଏ । ଅନେକ ଥର ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓଲ୍ଲାଇବା ସହ ଜଳ ସତ୍ୟାଗ୍ରହ ମଧ୍ୟ କରିଥିଲେ କିନ୍ତୁ ବ୍ରିଜ କାମ ଶେଷ ହୋଇ ନଥିଲା । ଚଳିତ ବର୍ଷ ବିଜେପି ସରକାର ଆସିବା ପରେ ପୁଣି ଥରେ ୮ କୋଟି ଟଙ୍କାର ଟେଣ୍ଡର ହୋଇ କାମ ଆରମ୍ଭ ହୋଇଛି । ଗୋଟିଏ ପୋଲ ନିମ୍ନମାନର ହୋଇ ଥିବା ବେଳେ ଗାତ ଧୀରେ ଧୀରେ ଦବିବା ସହ ଫାଟ ସୃଷ୍ଟି ହୋଇଛି । ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଉଦ୍ୟମରେ ପୁଣି ଥରେ କାମ ୩ ମାସ ଭିତରେ ଶେଷ ହେବାକୁ ଯାଉ ଥିବାବେଳେ ଅଂଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ବିଧାୟକ ଶ୍ରୀ ଜୈନ ନଡ଼ିଆ ଫଟାଇ କାର୍ଯ୍ୟର ଶୁଭାରମ୍ଭ କରିବା ସହ ଖୁବଶୀଘ୍ର କାମ ଶେଷ କରିବା ପାଇଁ ଠିକାଦାର ସଞ୍ଜୟ ଅଗ୍ରୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକଙ୍କ ଗସ୍ତ ବେଳେ ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ, ତ୍ରିଲକ୍ଷ ସାହୁ, ରମେଶ ସାହୁ, ବିଧାୟକଙ୍କ ପ୍ରତିନିଧି ବିମଳ ଶର୍ମା, ମଣ୍ଟୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.