oom

ଭୀମପାହାଡରେ ଦେଓଗାଁ ବ୍ଳକ ଜୋନ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ : ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ହେବାକୁ ଆହ୍ୱାନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ୨ଟା ସମୟରେ ଦେଓଗାଁ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ନିକଟରେ ଥିବା ପର୍ଯ୍ୟଟନସ୍ଥଳୀ ଭୀପାହାଡ଼ରେ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ଦେଓଗାଁ ବ୍ଳକ ୧୩ ନମ୍ବର ଜୋନର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଜିଲ୍ଲା ପରିଷଦ ସଭ୍ୟ ତଥା ବିଜେଡି ବ୍ଳକ ସଭାପତି ସୁଶିଲ ଚାନ୍ଦ ସଭାପତିତ୍ୱ କରିଥିବା ବେଳେ ରାଜ୍ୟ ପରିଷଦ ସଦସ୍ୟ ଅର୍କେଶ ନାରାୟଣ ସିଂହଦେଓ, ଜିଲ୍ଲା ସାଧାରଣ ସଂପାଦକ ଉମାଶଙ୍କର ସିଂ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାଜେନ୍ଦ୍ର ହୋତା, ପୂର୍ବ ସଭାପତି କୈଳାଶ ମହାନ୍ତି, ଦେଓଗାଁ ବ୍ଳକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ଜିଲ୍ଲା ପରିଷଦ ସଭ୍ୟ ଗୁରୁଦେବ ରଣା, ଅଞ୍ଚଳର ବରିଷ୍ଠ ନାଗରିକ ମାଟୁ ଭୋଇ, କୁନୁ ବହିଦାର, ବ୍ଲକ ସରପଞ୍ଚ ସଂଘ ସଭାପତି ଦୟାନିଧୀ ଖମାରୀ, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମାବେଶରେ ଦେଓଗାଁ ବ୍ଳକର ୧୩ଟି ପଞ୍ଚାୟତର ପ୍ରାୟ ହଜାରେ କର୍ମୀ ଯୋଗଦେଇଥିବା ବେଳେ ଆଗାମୀ ସମୟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରସ୍ତୁତ ହେବାକୁ ଆହ୍ୱାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହ ମିଶନ ଶକ୍ତି ବିଭାଗ ମଧ୍ୟରେ ମହିଳାଙ୍କ ପାଇଁ ସରକାର କିପରି କାମ କରୁଛନ୍ତି ସେହି ବିଷୟ ପ୍ରତି ପରିବାରକୁ ପରିବାର ଯାଇ ପ୍ରଚାର କରିବାକୁ ଅନୁରୋଧ କରିଥିଲେ । ସେହିପରି ଦେଓଗାଁ ବ୍ଳକରେ ହେଉଥିବା ଉନ୍ନତି ମୂଳକ କାମରେ ବାଧକ ସାଜିଥିବା ଯୋଜନାକୁ ହାଇଜାକ କରୁଥିବା ସହ ନିଜ କ୍ଷମତାର ଅପବ୍ୟବହାର କରୁଥିବା ରାଜନେତାଙ୍କୁ ଉଚିତ ଜବାବ ଦେବାକୁ ଅନୁରୋଧ କରିଥିଲେ । ଏହି ସମାବେଶରେ ବଡ଼ବହାଲ ସରପଞ୍ଚ ଜୟ ରଣା, ଜରାସିଂହା ସରପଞ୍ଚ କୁଶ ମେହେର, ଗାଈବାହାଲ ସମିତି ସଭ୍ୟ ଛବିଲ ମାଝୀ, ଉପରଝର ଓ ଅର୍ଜୁନପୁର ସମିତି ସଭ୍ୟ ବୀଣା ବିଶ୍ୱାଲ, ପୁଷ୍ପାଞ୍ଜଳୀ ପୋଢ଼ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ଦେଓଗାଁ ବ୍ଳକ ବିଜେଡି ଯୁବ ସଭାପତି ଶୈଲେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.