centurian jitm

୧୧ ଦଫା ଦାବୀରେ ଆଶା କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

nschool

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଦୀର୍ଘ ୧୬ ବର୍ଷ ଧରି ଲୋକଙ୍କ ସେବା କରି ଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ତାଙ୍କ ପ୍ରତି ନ୍ୟାୟ ପ୍ରଦାନ କରିନାହାନ୍ତି । ମହାମାରୀ କରୋନା ସମୟରେ ମଧ୍ୟ ସେମାନେ ଜୀବନକୁ ବାଜି ଲଗାଇ କାର୍ୟ୍ୟ କରିଛନ୍ତି । ତେବେ ତାଙ୍କ ଦରମା କି କୌଣସି ପ୍ରୋତ୍ସାହନ ସହାୟତା ଠିକ୍ ଭାବରେ ଦିଆଯାଉ ନାହିଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମେଚିପ୍ସ ଗ୍ରାଣ୍ଡରେ କେବଳ ମାସିକ ୩୫୦୦ ଟଙ୍କାରେ କାର୍ଯ୍ୟ କରୁଛନ୍ତି । ଯେଉଁଥିରେ ଆଜି ଚଳିବା ସମ୍ଭବପର ନୁହେଁ । ଏହାର ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ଆଶା କର୍ମୀ ସାମୁଖ୍ୟ ପକ୍ଷରୁ ୧୧ ଦଫା ଦାବିୀରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୧୧ ଦଫା ଦାବୀ ମଧ୍ୟରେ ଆଶା କର୍ମୀମାନଙ୍କୁ ସରକାରୀ ମାନ୍ୟତା ସହ ମାସିକ ୧୦ ହଜାର ଟଙ୍କା ଦରମା, ଆଶା କର୍ମୀମାନଙ୍କୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ୍ କରିବା, ଅବସର କାଳୀନ ୨ଲକ୍ଷ ଟଙ୍କା ପ୍ରୋତ୍ସାହନ ସହାୟତା ଯୋଗାଇ ଦେବା, କରୋନା ମହାମାରୀ କାର୍ଯ୍ୟ ପାଇଁ ମାସିକ ୩ ହଜାର ଟଙ୍କା ପ୍ରଦାନ ଆଦି ଦାବୀ ରହିଥିଲା । ଏହି ଅବସରରେ ଆଶା କର୍ମୀ ସାମୁଖ୍ୟ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ବରଗଡ଼ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମାଝୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏଥିରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲା ସମ୍ପାଦିକା ସ୍ବପ୍ନା ନନ୍ଦ, ପଶ୍ଚିମ ଓଡ଼ିଶା ସମ୍ପାଦିକା ରୀତା ବେହେରା ଏବଂ ପଶ୍ଚିମ ଓଡ଼ିଶା ସଂଯୋଜକ ସରୋଜ ଭୁୟାଁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.