ବେଲପଡା ପଂଚାୟତରେ ୩୦ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ପଂଚାୟତ କାର୍ୟ୍ୟାଳୟ ପରିସରରେ ଆଜି ପଂଚାୟତର ୩୦ ଜଣ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଏହି ଅବସର ରେ ଆୟୋଜିତ କାର୍ୟ୍ୟକ୍ରମରେ କାର୍ୟ୍ୟନିର୍ବାହୀ ଅଧିକାରୀ ସୁଧିର ଚନ୍ଦ୍ର ଠାକୁର ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବେଳପଡା ପଂଚାୟତ ସରପଂଚ ଅଞ୍ଜନା ମେହେର ଯୋଗ ଦେଇ ପଂଚାୟତର ବିଭିନ୍ନ ଗାଁର ହିତାଧିକାରୀ ମାନଙ୍କୁ ନୂତନ ଭତ୍ତା ବଣ୍ଟନ କରିଥିଲେ । ଏହି କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯୋଗାଣ ସହାୟକ ଗୌରାଙ୍ଗ ବାଗ, ଗ୍ରାମ୍ୟ ସଭାପତି ମକୁନ୍ଦ ମେହେର, ସନ୍ତୋଷ ଭୋଇ, ଗଧେ ଛୁରା ପ୍ରମୁଖଙ୍କ ସମେତ ପଂଚାୟତର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.