ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍ : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ବାଇପାସ୍ ରାସ୍ତାରେ ଏକ ସ୍କୁଲ୍‌ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସ୍କୁଲ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିପଡ଼ିଛି । ତେବେ ଏଥିରେ ଥିବା ସ୍କୁଲ୍‌ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସ୍କୁଲ୍‌ ଭ୍ୟାନ୍‌ଟି ସେଣ୍ଟ ଜାଭିୟରର୍ସ ସ୍କୁଲ୍‌ର ୨୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ୍‌କୁ ଛାଡ଼ିବା ପାଇଁ ଯାଉଥିଲା । ତେବେ ଖଡିଆଳ ମହିଳା କଲେଜ୍‌ ଏବଂ ଗାନ୍ଧୀନଗର ମଝି ରାସ୍ତାରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ତୁରନ୍ତ ସ୍ଥାନୀୟ ଲୋକେ ଆସି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ ବୋଲି ଜଣାପଡିଛି ।

Leave A Reply

Your email address will not be published.