oom

ତହଁକ ସାହିତ୍ୟ କୁଟୁମ୍‌ ତରଫରୁ ‘ଭାବର୍‌ ଭେଟ୍‌’

jsmm

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ନିକଟସ୍ଥ ଶଙ୍କରଭୁଜି ଠାରେ ତହଁକ ସାହିତ୍ୟ କୁଟୁମ୍‌ ତରଫରୁ ‘ଭାବର୍‌ ଭେଟ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ‘କୋଶଲୀ ଅସ୍ମିତାର ନୁରାଖୁଜା’ ଆଲୋଚନା ଚକ୍ରରେ ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନଂଦ ଚଂଦ୍ର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ କୋଶଲୀ ଭାଷାକୁ ବଂଚାଇ ରଖିବାକୁ ହେଲେ ଆମ ସମସ୍ତଙ୍କୁ ଏକଜୁଟ୍‌ ହୋଇ ଲଢ଼ିବାକୁ ପଡ଼ିବ ବୋଲି କହିଥିଲେ । ସେ କହିଥିଲେ ଯେ, ପ୍ରତ୍ୟେକ ଭାଷାର ଜାଗରଣ ପାଇଁ ସାଧନାର ଆବଶ୍ୟକତା ରହିଛି । କୌଣସି ଭାଷା କେବେ ବି ଦୁର୍ବଳ ନଥାଏ । କେବଳ ସାଧନାର ଅଭାବ ଥାଏ । ଏଣୁ ସମସ୍ତ କବି, ଲେଖକ ତଥା ସାହିତ୍ୟିକମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏଥିରେ ମୁଖ୍ୟ ଅତିଥି ଭାବେ ଗୀତିକାର ରାଜୀବ ଭୋଇ, ସମ୍ମାନୀତ ଅତିଥି ଭାବେ ଦେବେନ୍ଦ୍ର ନାଏକ, ହରିଲାଲ ସାହୁ ମଂଚାସୀନ ହୋଇଥିବା ବେଳେ ସଭାପତିତ୍ୱ କରିଥିଲେ ଗୋପୀନାଥ ଦଣ୍ଡସେନା । ଅର୍ଜୁନ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂପାଦକ ରାଜେଶ ଦଣ୍ଡସେନା ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଦ୍ୱିତୀୟ ଅଧିବେଶନରେ କବିତା ଆସନର ଅନୁଷ୍ଠିତ ହୋଇଥିଲା । ଶାନ୍ତନୁ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଗଜେନ୍ଦ୍ର ଦଣ୍ଡସେନା, ମୁନୀରାମ କୁମ୍ଭାର, ରାମପ୍ରସାଦ ବାଗ, ଧର୍ମ ଭୋଇ, ସବିତା ମହରା ଅତିଥି ଭାବେ ଯୋଗ ଦେଇଥିଲେ । ଚନ୍ଦ୍ରାବତୀ ପାଣ୍ଡେ ଓ ଲିଲି ପଟେଲ ସଂଯୋଜନା କରିଥିଲେ । ଶତାଧିକ କବି ଏହି ଅବସରରେ ସ୍ୱରଚିତ କବିତା ପାଠ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ଅଂଚଳରୁ ତଥା ଜିଲ୍ଲା ବାହାରୁ ଅନେକ କବି ଆସି ‘ଭାବର୍‌ ଭେଟ୍‌’ରେ ଯୋଗଦାନ କରିଥିଲେ । ଶେଷରେ ରୁକ୍ମଣ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଭରତ ମେହେର, ବିବେକା ଧରୁଆ, ନିତ୍ୟାନନ୍ଦ ଜୁଏଡ଼, ବ୍ରଜମୋହନ ବିଶୋଇ, ଯାଜ୍ଞସେନୀ ସାହୁ, ଶ୍ରୀୟାକାନ୍ତ ଦାସ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.