ଗଙ୍ଗାଧର ସାହିତ୍ୟରେ ଧାର୍ମିକ ଭାବନାର ଛାପ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଭାବ କବି ଗଙ୍ଗାଧର ମେହେର ପ୍ରକୃତିର କାବ୍ୟ ରୂପକୁ ଯେପରି କଳାତ୍ମକ ଭାବରେ ବର୍ଣ୍ଣନା କରିଛନ୍ତି, ଆଧ୍ୟାତ୍ମିକ ରୂପକୁ ତତ୍ତୋଧିକ ଭାବେ ବର୍ଣ୍ଣନା କରିଛନ୍ତି । କବିତା ଈଶ୍ୱର ଦ୍ରୋହ, ମୃଗୟା, ଉତ୍କଳ ଲକ୍ଷ୍ମୀ, ବିବେକ ଚୂଡାମଣି, ଅହଲ୍ୟା ସ୍ତବ, ଦସ୍ୟୁ ରତ୍ନାକର ଆଦି କବିତାରେ ଧର୍ମୀୟ ଭାବନା ଫୁଟି ଉଠିଛି, କେତେକ କବିତାରେ ଆଧ୍ୟାତ୍ମିକ ମାଧ୍ୟମରେ ସେ ଇଂରେଜମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଏହା ଥିଲା ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ପରିସରରେ ବୈଶାଖୀ ସାହିତ୍ୟ ସଂସଦ ତରଫରୁ ଗଙ୍ଗାଧରଙ୍କ୧୬୨ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ମୁଖ୍ୟବକ୍ତା ଡ. ଉମାକାନ୍ତ ପଣ୍ଡାଙ୍କ ବକ୍ତବ୍ୟ । କର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ନାୟକଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଶିଷ୍ଟ ଗାଳ୍ପିକ ଭୂପେନ ମହାପତ୍ର ତାଙ୍କ ବକ୍ତବ୍ୟରେ କହିଲେ ଗଙ୍ଗାଧରଙ୍କ ଇନ୍ଦୁମତୀ, ତପସ୍‌ସ୍ୱିନୀ ଆଦି କେତକ କାବ୍ୟଗ୍ରନ୍ଥରେ ଉତ୍କଳୀୟ ଚିନ୍ତା ଓ ଚେତନା ସ୍ପଷ୍ଟ ବାରି ହୋଇପଡେ । ଅନ୍ୟତମ ସମ୍ମାନିତ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁ ତାଙ୍କ ବକ୍ତବ୍ୟରେ କହିଲେ ଗଙ୍ଗଧରଙ୍କ କାବ୍ୟ କବିତାରେ କେବଳ ଆଦର୍ଶ ଉଚ୍ଚସ୍ଥାନ ପାଇନାହିଁ, ମାନବତାର ଜୟଗାନ ସେ ଆନ୍ତରିକ ଭାବେ କହିଛନ୍ତି । ଛନ୍ଦମାଧୁର୍ୟ୍ୟର ଆଧୁନିକରଣ କରି ଗଙ୍ଗାଧର ତାଙ୍କ କାବ୍ୟ କବିତାକୁ ଗାୟନ ଯୋଗ୍ୟ କରିଛନ୍ତି । ତାହା ପାଠକର ଶୃତି ଓ ହ୍ୟଦୟକୁ ଏକ ସଂଗରେ ଆପ୍ଲୁତ କରିଛି । ପ୍ରାରମ୍ଭରେ ସଂସଦର ସାଧାରଣ ସଂପାଦକ ଚନ୍ଦ୍ରଧ୍ୱଜ ମାଝୀ ସ୍ୱଗତ ଭାଷଣ ସହ ଅତିଥି ପରିଚୟ ଓ ସଂପାଦକୀୟ ପାଠକରି ଥିଲେ । ଦ୍ୱିତୀୟ ପର୍ଯ୍ୟାରେ କବୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱ, ଗୀତାରାଣୀ ବେହେରା ଓ ବସନ୍ତ କୁମାର ବିଶ୍ୱକର୍ମାଙ୍କ ସଂଯୋଜନାରେ କବି ପ୍ରତାପ ପଣ୍ଡା, ତ୍ରିଲୋଚନ ସାହୁ, ପ୍ରଫୁଲ୍ଲ ସାମଲ, ନିକୁଞ୍ଜ ବିହାରୀ ଦାଶ, ନିରଂଜନ କରଣ, ଜ୍ଞାନ ରଂଜନ ମିଶ୍ର, ପିତବାସ ପ୍ରଧାନ, ନିରୁପମା ନାୟକ, ବଳରାମ ଦାଶ ପ୍ରମୁଖ କବି କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜକୁମାର ମହାନ୍ତି, ବିକ୍ରମ ଆଚାର୍ଯ୍ୟ, ବ୍ରଜ କିଶୋର ପାଣି, ଦୂର୍ଯ୍ୟୋଧନ ପଣ୍ଡା, ଦେବବ୍ରତ ଦାସ ପ୍ରମୁଖ ବିଶିଷ୍ଟ ସାହିତ୍ୟ ସାଂସ୍କୃତି ପ୍ରେମୀ ଯୋଗଦାନ କରି ସଂସଦର ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଶେଷରେ କବି ରେବତି ବଲ୍ଲଭ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.