ବେଲପଡା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ନେଇ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଧୂମାଭଟା ଠାରେ ସଇଁନ୍ତଲା, ବେଲପଡ଼ା ଓ ପାଟଣାଗଡ଼ରୁ ମୁରିବାହାଲକୁ ସଂଯୋଗ କରୁଥିବା ଧୂମାଭଟା ଚାରିଛକ ଠାରେ ବେଲପଡ଼ା ବ୍ଲକକୁ ସମ୍ପୂର୍ଣ୍ଣମରୁଡ଼ି ଘୋଷଣା, ସରକାରୀ ବେସରକାରୀ ଛାତ୍ରଛାତ୍ରୀମାନଙ୍କ ସ୍କୁଲ ଫି ଛାଡ, ପ୍ରତ୍ୟେକ ପରିବାରକୁ ମାସିକ ଦଶ ହଜାର ଟଙ୍କା ସହାୟତା, ମନରେଗା ଯୋଜନାରେ ପ୍ରତି ପରିବାରକୁ କାମ ସହ ସାପ୍ତାହିକ ମଜୁରୀ ପ୍ରଦାନ, ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ସହ ଚାଷୀ ମାନଙ୍କ ଜମିକୁ ପାନୀୟଜଳ ଯୋଗାଣ ଆଦି ୫ ଦଫା ଦାବୀ ନେଇ ଆଜି ରାସ୍ତା ଅବରୋଧ କରିଥିଲେ ଚାଷୀମାନେ । ଆନ୍ଦୋଳନକାରୀଙ୍କ ସହ ବେଲପଡ଼ା ତହସିଲଦାର ପ୍ରଶାନ୍ତି ପ୍ରଧାନ ପହଂଚି ଆଲୋଚନା କରି ମରୁଡି ପରିସ୍ଥିତି ଅନୁଧ୍ୟାନକରି ସରକାରଙ୍କ ପାଖରେ ଅବଗତ କରି ସମାଧାନ କରିବାର ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧରୁ ଓହରିଥିଲେ ଆନ୍ଦୋଳନକାରୀ ଚାଷୀମାନେ। ଏହି ରାସ୍ତା ଅବରୋଧ ବନମାଲୀ ନାଏକଙ୍କର ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସୁଶିଲ କୁମାର ବୁଡେକ, ଶ୍ରୀକାନ୍ତ ନାଏକ ସୁଶାନ୍ତ ସାହୁ, ପିତାମ୍ବବର ରଣା, ତୀର୍ଥ ସାହୁ, କମଲଲୋଚନ ନାଏକ, ଡଙ୍ଗର ବୁଡେକ, ତରଣୀ ବାବ, ଭାବଗ୍ରାହୀ ବୁଡେକ, ସତ୍ୟ ବୁଡେକ, ଭୀଷ୍ମ କରଣ, ପ୍ରଦିପ ସାହୁ, କୀର୍ତି ଦେଓ, ଲକ୍ଷ୍ମୀଧର ବୁଡେକେ ପ୍ରକାଶ ବୁଡେକ, ପ୍ରଶାନ୍ତ ନାଏକ, ଡମ ମଲ୍ଲିକ, ରାଜେଶ ବୁଡେକ, ଦୁଃଖୀଶ୍ୟାମ ବୁଡେକ ରଚେ ମଲ୍ଲିକ, ଶକ୍ର ମଲ୍କିକ, ହାଡୁ ରଣା, ଗୁଣନିଧି ବୁଡେକ ପ୍ରମୁଖଙ୍କ ସହ ଶତାଧିକ ଚାଷୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.