oom

ଗଞ୍ଜାମ ଜିଲ୍ଲା ଓଜେୟୁ ଶାଖା ପକ୍ଷରୁ ବଟେଶ୍ୱର ବେଳାଭୂମି ସ୍ଵଚ୍ଛତା କାର୍ଯ୍ୟକ୍ରମ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ରର ସମିଶ୍ରଣରେ ଉତ୍ପତିର ବେଳାଭୂମି ବିଶ୍ୱ ମାନଚିତ୍ରରେ ଅଲିଭରିଡିଲେ ଅଣ୍ଡା ଦାନା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଜେୟୁ ପକ୍ଷରୁ ରବିବାର ପୂର୍ବାହ୍ନରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଜେୟୁ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରାଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସମ୍ବାଦିକମାନେ ପ୍ରଥମେ ବେଳାଭୂମି ସଫେଇ କରିଥିଲେ । ପରେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନକୁ ନେଇ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସମୁଦ୍ର ମଧ୍ୟରେ ପରିବେଶ ସନ୍ତୁଳନ ରକ୍ଷା କରିବା ନେଇ ଅଲିଭରିଡଲେଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ମତ ପ୍ରକାଶ ପାଇଥିଲା । ତତ୍‌ ସହିତ ସାମୁଦ୍ରିକ କଇଁଛ ସୁରକ୍ଷାକୁ ନେଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଡିଏଫ୍‌ଓ ଶନି ଖୋଖର, ଏସ୍‌ଇଏଫ୍‌ ଦିବ୍ୟଶଙ୍କର ବେହେରା, ଯୁବ ପରିବେଶବିତ୍‌ ରବିନ୍ଦ୍ରନାଥ ସାହୁ, ରମ୍ଭା ଫରେଷ୍ଟର ରତ୍ନାକର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ବାଦିକମାନଙ୍କ ଏପରି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଓଜେୟୁ ଜିଲ୍ଲା ସମ୍ପାଦକ ଶିବ ପ୍ରସାଦ ସାହୁ, ରାଜ୍ୟ ସବ୍‌ କମିଟି ମହିଳା ଆବାହିକା ବିଜୟଲକ୍ଷ୍ମୀ ମହାଙ୍କୁଡ଼, ଗଞ୍ଜାମ ପ୍ରେସ କ୍ଲବ ସଭାପତି ଶବର କୁମାର ତରାଇ ପ୍ରମୁଖ ସାମୁଦ୍ରିକ କଇଁଛ ସୁରକ୍ଷା ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ପ୍ରେସ କ୍ଲବ ସମ୍ପାଦକ ବିଦ୍ୟାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରସନ୍ନ କୁମାର ଦାଶ, ସହସମ୍ପାଦକ ଟୁଟୁ ମହାପାତ୍ର, ଭଗବାନ ଦାଶ, ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ, ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ସରୋଜ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ସାହୁ ପ୍ରମୁଖ ଓଜେୟୁ ଜିଲ୍ଲା କର୍ମକର୍ତ୍ତା, ସଦସ୍ୟ, ସଦସ୍ୟାଙ୍କ ସହ ବନ କର୍ମଚାରୀ ଉପସ୍ଥିତ ରହି ବେଳାଭୂମି ସଫେଇ କରିଥିଲେ ।

jittmm
Leave A Reply

Your email address will not be published.