om academy

ବେଆଇନ ଭାବେ ବିଦ୍ୟୁତ ସଂଯୋଗ, ପ୍ରକୃତ ଉପଭୋକ୍ତା ହଇରାଣ

jsm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗାଁକୁ ଚୁଡାପାଲି ସେକସନରୁ ବିଦ୍ୟୁତ ବଣ୍ଟନ ହେଉଛି । ନଈନାଳ, ବଣ ପାହାଡ଼ ଘେରା ଅଂଚଳ ହେତୁ ସପ୍ତାହରେ ଦୁଇ ତିନି ଦିନ ଜନସାଧାରଣ ବିଦ୍ୟୁତ ସେବାରୁ ବଂଚିତ ହେଉଛନ୍ତି । ଅପରପକ୍ଷେ କୌଣସି ସମସ୍ୟା ହେଲେ ବିଦ୍ୟୁତ କର୍ମଚାରୀଙ୍କ ଦେଖଓନାହିଁ । ତେଣୁ “ଅଭାବ ହିଁ ଆବିଷ୍କାର”ର ଜନ୍ମଦାତା ନ୍ୟାୟରେ ଏ ଅଂଚଳରେ ବାଧ୍ୟ ହୋଇ ଲୋକେ ନିଜେ ନିଜେ ବିଦ୍ୟୁତ ତାର ମରାମତି ଆଦି କାମ କରୁଛନ୍ତି, ଯାହା ବେଆଇନ ତଥା ବିପଦଜନକ ଅଟେ । ଯେତେ ଯାହା ଯୋଗାଯୋଗ କଲେ ବି ଲାଇନମ୍ୟାନ କିମ୍ବା କୌଣସି ବିଦ୍ୟୁତ କର୍ମଚାରୀ ଆସୁ ନାହାନ୍ତି । ଅପରପକ୍ଷେ କେତେ ଜଣ ଅସାଧୁ ବ୍ୟକ୍ତି, ବିଦ୍ୟୁତ ବିଭାଗର ଜାଣତରେ ହେଉ ଅଵା ଅଜାଣତରେ ହେଉ ବେଆଇନ ଭାବେ ଲୋକଙ୍କଠାରୁ ଟଙ୍କା ଆଦାୟ କରି ତାଙ୍କୁ ବିଦ୍ୟୁତ ସଂଯୋଗ ଦେଉଛନ୍ତି । ଏପରି ବେଆଇନ ବିଦ୍ୟୁତ ସଂଯୋଗ ୧୦୦ରୁ ଅଧିକ ହେବ ଆଲୋଚନା ହେଉଛି । ବେଆଇନ କାର୍ୟ୍ୟ ଏତିକିରେ ସରିନି । ଦୀର୍ଘ ଦିନ ହେବ ବି.ପି.ଏଲ. ଉପଭୋକ୍ତାଙ୍କ ନିମନ୍ତେ ଆସିଥିବା ଦୁଇଟି ସ୍ୱତନ୍ତ୍ର ଟ୍ରାନ୍ସଫରମର ଏଯାଏଁ କାର୍ୟ୍ୟକ୍ଷମ ହୋଇନାହିଁ । ସେଥି ମଧ୍ୟରୁ ଗୋଟିଏ ଚୋରି ହୋଇଗଲାଣି ଏବଂ ଏହି ସବୁ ବି.ପି.ଏଲ. ଉପଭୋକ୍ତାଙ୍କୁ ମଧ୍ୟ ସେହି ପୁରୁଣା ଟ୍ରାନ୍ସଫରମରରୁ ସଂଯୋଗ ଦିଆହେବା ଦ୍ୱାରା ଓ ଟ୍ରାନ୍ସଫରମରରୁ ସୁଷମ ବଣ୍ଟନ ନ ହେବା ଯୋଗୁଁ ତିନି ଫେଜ ବିଶିଷ୍ଟ ଟ୍ରାନ୍ସଫରମର ବାରମ୍ବାର ଖରାପ ହେଉଛି । ପ୍ରକୃତ ଉପଭୋକ୍ତା ନିୟମିତ ବିଦ୍ୟୁତ ବିଲ ପଇଠ କରି ହଇରାଣ ହେବା ସହିତ ବିଦ୍ୟୁତ ସେବାରୁ ବଂଚିତ ହେଉଛନ୍ତି । ଏଣୁ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହିତ ବେଆଇନ ବିଦ୍ୟୁତ ସଂଯୋଗ ଗୁଡିକୁ ତୁରନ୍ତ ବିଚ୍ଛିନ୍ନ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.