oom

ସମ୍ପିଆ ଗ୍ରାମରେ ନୂତନ ନଳକୂପ ବସାଯିବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମର ବ୍ଳକ ଅନ୍ତର୍ଗତ କଂସର ଗ୍ରାମ ପଞ୍ଚାୟତ ସମ୍ପିଆ ଗ୍ରାମରେ ଏକ ନୂତନ ନଳକୂପ ବସାଯିବ । ସମ୍ପିଆ ଓ ବନୁପାଲି ପାଇଁ ସମ୍ପିଆ ଗାଁ ମୁଣ୍ଡରେ ଏକ ଗଭୀର ନଳକୂପ ଖନନ କରି ଦୁଇ ଗ୍ରାମକୁ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏହା ଦୁଇଖଣ୍ଡ ଗ୍ରାମ ପାଇଁ ପାଣି ସେତେ ନ ହେବାରୁ ଖନନ ହୋଇଥିବା କୂପଟି ବହୁ ବର୍ଷ ଧରି ପଡି ରହିଥିଲା । ଏ ବିଷୟରେ ସମ୍ପିଆ ଗ୍ରାମବାସୀଙ୍କ ଠାରୁ ଖବର ପାଇଥିଲେ ସମାଜସେବୀ ଯୁଧିଷ୍ଠିର ବାରିକ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ରବି ମହାପାତ୍ରଙ୍କୁ ଯୋଗାଯୋଗ କରିଥିଲେ ଏବଂ ଶ୍ରୀ ମହାପାତ୍ର ଆସନ୍ତା କାଲି ଏକ ହାତମରା ହ୍ୟାଣ୍ଡଲ ନଳକୂପ ବସାଇବା ପାଇଁ ବ୍ୟବସ୍ଥା କରିଥିବାରୁ ଶ୍ରୀ ମହାପାତ୍ରଙ୍କୁ ସମ୍ପିଆ ଗ୍ରାମବାସୀ ପ୍ରଶଂସା କରିଥିଲେ ।

jittmm
Leave A Reply

Your email address will not be published.