ଟିଟିଲାଗଡ ଓମ୍‌ ଭ୍ୟାଲି ସ୍କୁଲ ଛାତ୍ରଛାତ୍ରୀ ଲୋକଙ୍କୁ ଦେଲେ ସ୍ୱଚ୍ଛତା ହିଁ ସେବାର ବାର୍ତ୍ତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହେଉଛି ଓମ୍‌ ଭ୍ୟାଲି ସ୍କୁଲ । ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସ୍କୁଲ ପରିସରରେ ପାଳନ କରି ସାରିବା ପରେ ସ୍କୁଲ ଛାତ୍ରଛାତ୍ରୀ ସମସ୍ତେ ସ୍ୱଚ୍ଛତା ହିଁ ସେବାର ବାର୍ତ୍ତା ଦେବା ପାଇଁ ପ୍ରଥମେ ନିଜ ସ୍କୁଲରୁ ହିଁ ସଫେଇ ଅଭିଯାନ ଆରମ୍ଭ କରିଥିଲେ । ଟିଟିଲାଗଡ ଧବଳେଶ୍ୱର ମନ୍ଦିର ଭିତରେ ବାହାରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସଫା କରିଥିଲେ । ଟିଟିଲାଗଡ ସହରର ଏକ ଦର୍ଶନୀୟ ସ୍ଥାନ ମଧ୍ୟରେ ଧବଳେଶ୍ୱର ମନ୍ଦିର ଅନ୍ୟତମ । ଏହି ମନ୍ଦିର ସମ୍ମୁଖରେ ପଡି ରହିଥିବା ଅଳିଆ ଆବର୍ଜ୍ଜନାକୁ ସଫା କରିବା ସହ ଟିଟିଲାଗଡ଼ର ଜନସାଧାରଣଙ୍କୁ ଏହି ସ୍ଥାନରେ ଅଳିଆ ଆବର୍ଜ୍ଜନା ନପକାଇବାକୁ ନିବେଦନ କରିଥିଲେ ଛାତ୍ରଛାତ୍ରୀ । ଏହି ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଓମ୍‌ ଭ୍ୟାଲି ସ୍କୁଲର ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନେ ଯୋଗ ଦେଇ ସମସ୍ତେ ସହରବାସୀଙ୍କୁ ନିଜେ ରହୁଥିବା ଘର ତଥା ନିଜ ପାଖରେ ଥିବା ଖାଲି ସ୍ଥାନରେ ଅଳିଆ ଆବର୍ଜ୍ଜନା ଫିଙ୍ଗନ୍ତୁ ନାହିଁ, ରୋଗକୁ ନିମନ୍ତ୍ରଣ କରନ୍ତୁ ନାହିଁ ବୋଲି ସଚେତନତା ବାର୍ତ୍ତା ଦେଇଥିଲେ ।

jittmm
Leave A Reply

Your email address will not be published.