oom

ଉଦେପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ସିହିନି ଗ୍ରାମ ପଞ୍ଚାୟତର ଉଦେପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସିହିନି ସରପଞ୍ଚ ତଥା ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ବୀରବର ସାହୁ, ସମ୍ମାନିତ ଅତିଥି ଭାବେ ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅଭିରାମ ମାଝୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବବଲୁ ଜାଲ, ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଟିକୁନୁ କୁମ୍ଭାର ଏବଂ ଉପସଭାପତି ଶ୍ରୀମତି ରୋସନା ସାହୁ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ଉପସ୍ଥିତ ଅତିଥିଙ୍କ ଦ୍ୱାରା ଦ୍ଵୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ତା’ପରେ ବାର୍ଷିକ କ୍ରୀଡ଼ା ୨୦୨୨-୨୩ର କୃତି ପ୍ରତିଯୋଗୀଙ୍କୁ ଏବଂ ବର୍ଷ ୨୦୨୧-୨୨ ଶିକ୍ଷା ବର୍ଷର କ୍ଲାସ ଟପ୍ପର ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଭା ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ବାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଶିକ୍ଷକ ତପନ ଠାକୁର, ସଞ୍ଜୟ ସାହୁ, ପ୍ରଶାନ୍ତ ସାହୁ, ଶମ୍ଭୁ ଦୀପ, ଶିକ୍ଷୟତ୍ରୀ ବିଦ୍ୟୁତମୟୀ ନନ୍ଦ, ଅରୁଣା ଅରୁନ୍ଧତୀ, ଅସୀମା ଲାକ୍ରା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.