oom

ବାରବନ୍ଧ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ଆଞ୍ଚଳିକ ସାଧନ କେନ୍ଦ୍ର(କ୍ଲଷ୍ଟର) ଅନ୍ତର୍ଗତ ବାରବନ୍ଧ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ରାଓଙ୍କ ସଭାପତିତ୍ୱରେ ତଥା ସହକାରୀ ଶିକ୍ଷକ ସୁବର୍ଣ୍ଣ କୁମାର ହୋଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସିରୋଲ ୟୁପିଏସ୍‌ ଶିକ୍ଷକ ଜଗଦୀଶ ସୁନା, ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟି ସଭାପତି ମୁକୁନ୍ଦ ଭୋଇ, ମୁରିବାହାଲ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଉପସଭାପତି ଗିରିଧାରୀ ସାହୁ, ଶିକ୍ଷୟିତ୍ରୀ ପ୍ରଜ୍ଞାପ୍ରଭା କୁଅଁର ପ୍ରମୁଖ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଚରିତ୍ର ଗଠନ ସମ୍ପର୍କରେ ବିସ୍ତୃତ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ବେଷ୍ଟ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଭାବେ ସପ୍ତମ ଶ୍ରେଣୀ ଛାତ୍ରୀ ସୁଦୟା ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଭିନ୍ନ ପ୍ରକାର ଶିକ୍ଷଣ ସାମଗ୍ରୀ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିଦର୍ଶନ କରାଯାଇଥିଲା । ଶିକ୍ଷକ ମଞ୍ଜିତ୍ ସୁନା, ରାଏମତି ତାଣ୍ଡି, ରାଜକୁମାରୀ ଭୋଇ, କୈବଲ୍ୟ ବାଗ, ସୁରୁବାଲି ଭୋଇଙ୍କ ସହ ସମସ୍ତ ଅଭିଭାବକ/ଅଭିଭାବିକା ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ସୂର୍ଯ୍ୟସ୍ନାତା ମଲ୍ଲିକ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.