- ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ଭଲ ମଣିଷ ହେବା ଗୁରୁତ୍ୱପୂର୍ଣ୍ଣ
- ବୃତ୍ତି ଓ ପ୍ରବୃତ୍ତି ମେଳ ଖାଇଲେ ସଫଳତା ନିଶ୍ଚିତ – ଡ. ଜୟକେତନ ତ୍ରିପାଠୀ
ବରଗଡ, (ନିରୋଜ କୁମାର ପାଣୀ) : ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଜେପୁର ବିଧାୟକ ସନତ ଗଡ଼ତିଆ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ରଞ୍ଜିତ ପଧାନ, ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଜିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ମହାବିଦ୍ୟାଳୟର ପୂର୍ବତନ ସମ୍ପାଦକ ଅମ୍ବିକା ପ୍ରସାଦ ତ୍ରିବେଦୀ, ସରପଞ୍ଚ ଶରତ କାଲୋ, ପ୍ରଧ୍ୟାପକ ମନୋଜ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ମୁଖ୍ୟ ଅତିଥି ସନତ ଗଡତିଆ ଏକ ଶିକ୍ଷାନୁଷ୍ଠାନକୁ ପ୍ରତିଷ୍ଠା କରିଥିବା ବ୍ୟକ୍ତି ବିଶେଷଙ୍କ ଗଠନ ମୂଳକ ଚିନ୍ତାଧାରା ଏବଂ ପୂର୍ବତନ ଛାତ୍ରଛାତ୍ରୀଙ୍କ ସାଧନା ଓ ସଫଳତା ହିଁ ଆଜି ସଂପୃକ୍ତ ଅନୁଷ୍ଠାନକୁ ଚାରି ଦଶନ୍ଧିରେ ପହଞ୍ଚାଇ ପାରିଛି ବୋଲି ମତ ରଖିଥିଲେ । ଅନ୍ୟତମ ଅତିଥି ମାନେ ଶିକ୍ଷାନୁଷ୍ଠାନ ବହୁ ଘାତ ପ୍ରତିଘାତ ମଧ୍ୟରେ ୪୦ ବର୍ଷ ଅତିକ୍ରମ କରିସାରିଛି, ଏଠାରୁ ବହୁ କୃତି ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ତେବେ ବାର୍ଷିକ ଉତ୍ସବ ପାଳନ ହୋଇଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ପ୍ରଦାନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧ୍ୟାପକ ନାରାୟଣ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ପ୍ରୟାସରେ କାର୍ଯ୍ୟକ୍ରମଟି ଅତି ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଥିବାରୁ ପରିଶେଷରେ ପ୍ରଧ୍ୟାପକ ମନୋଜ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।